୧୬ ବର୍ଷରୁ କମ ଜଟଣୀ କ୍ରିକେଟ କପ ଖୋର୍ଦ୍ଧା କ୍ରିକେଟ କ୍ଲବ ଚାମ୍ପିୟନ
ଖୋର୍ଦ୍ଧା, ୦୮ ଜୁନ୍ (ହି.ସ.) ଜଟଣୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ୧୬ ବର୍ଷ ରୁ କମ ବୟସ ର କ୍ରିକେଟ ଖେଳାଳୀ ମାନଙ୍କୁ ନେଇ ଜଟଣୀ କ୍ରିକେଟ କପ ୨୦୨୬ ସ୍ଥାନୀୟ ଜଟଣୀ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଗତ ମେ ୩୧ ତାରିଖରୁ ଜୁନ ୭ ତାରିଖ ପର୍ଯ୍ୟନ୍ତ ଚାଲିଥବା ଟୁର୍ନାମେଂଟ ରେ କଟକ ରାଇଜିଙ୍ଗ ଷ୍ଟାର କ୍ଲ
Cricket


ଖୋର୍ଦ୍ଧା, ୦୮ ଜୁନ୍ (ହି.ସ.) ଜଟଣୀ କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ୧୬ ବର୍ଷ ରୁ କମ ବୟସ ର କ୍ରିକେଟ ଖେଳାଳୀ ମାନଙ୍କୁ ନେଇ ଜଟଣୀ କ୍ରିକେଟ କପ ୨୦୨୬ ସ୍ଥାନୀୟ ଜଟଣୀ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଗତ ମେ ୩୧ ତାରିଖରୁ ଜୁନ ୭ ତାରିଖ ପର୍ଯ୍ୟନ୍ତ ଚାଲିଥବା ଟୁର୍ନାମେଂଟ ରେ କଟକ ରାଇଜିଙ୍ଗ ଷ୍ଟାର କ୍ଲବ କୁ ଖୋର୍ଦ୍ଧା କ୍ରିକେଟ କ୍ଲବ ୩୧ ରନ ରେ ପରାସ୍ତ କରି ଦ୍ୱିତୀୟ ସଂସ୍କରଣ ର ଚାମ୍ପିୟନ ହୋଇଛି । ପ୍ରଥମେ ଟସ ରେ ଜିତି ଖୋର୍ଦ୍ଧା ଦଳ ୨୦ ଓଭର ରୁ ୫ ଉଇକେଟ ହରାଇ ୧୫୮ ରନ କରିଥିଲେ। ପ୍ରତ୍ୟୁତରରେ କଟକ ରାଇଜିଙ୍ଗ କ୍ଲବ ୧୮ ଓଭର ରେ ସମସ୍ତ ଉଇକେଟ ହରାଇ ୧୨୭ ରନ ରେ ସୀମିତ ରହିଥିଲା। ଖୋର୍ଦ୍ଧା ଦଳର ଜଗନ୍ନାଥ ବେହେରା ଙ୍କୁ ମ୍ୟାନ ଅଫ ଦି ଫାଇନାଲ ରୂପେ ବିବେଚନା କରାଯାଇ ଥିବା ବେଳେ ଟୁର୍ନାମେଂଟ ର ଶ୍ରେଷ୍ଠ ବ୍ୟାଟର ଭାବେ ଆୟୁଷ ପ୍ରଧାନ, ଶ୍ରେଷ୍ଠ ବୋଲର ଭାବେ ଆରିଆନ ପାଟଶାଣି,ଶ୍ରେଷ୍ଠ ଫିଲଡର ଭାବେ ଆଦିତ୍ୟ ବର୍ଦ୍ଧନ ମେଣ୍ଡାଲି, ଶ୍ରେଷ୍ଠ ଉଇକେଟ କିପର ଭାବେ ଆୟୁଷ ଗୌଡ଼ ଓ ମ୍ୟାନ ଅଫ ଦି ସିରିଜ ଭାବେ ଆରିଆନ ମହାନ୍ତି ପୁରସ୍କୃତ ହୋଇଥିଲେ।ସୂଚନା ଯୋଗ୍ୟ ଯେ ଏହି ଟୁର୍ନାମେଂଟ ରେ ଓଡ଼ିଶାର ୮ ଟି ଦଳ ଭାଗ ନେଇଥିଲେ।ଉଦଯାପନୀ ଉତ୍ସବ ରେ ଅତିଥି ଭାବେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ତଥା ଜିଲ୍ଲା କ୍ରିକେଟ ସଙ୍ଘ ଖୋର୍ଦ୍ଧା ର ସଭାପତି ରାଜେନ୍ଦ୍ର କୁମାର ସାହୁ, ଓ ସି ଏ କୋଷାଧକ୍ଷ ବିକାଶ ପ୍ରଧାନ,କ୍ୟାପଟେନ ମନ୍ମଥ ରାଉତରାୟ,ଆୟୋଜନ କମିଟି ଜଟଣୀ କ୍ରିକେଟ ଏକାଡେମୀ ର ସଚିବ ମନୋହର ମେଣ୍ଡାଲି, ସଭାପତି ବେଣୁଧର ଦାସ,ସେନଚୁରିଆନ ବିଶ୍ୱବିଦ୍ୟାଳୟ ର ଅଧ୍ୟାପକ ଡ଼.ସ୍ମୃତିରଞ୍ଜନ ନାୟକ ଏବଂ ଜଟଣୀ ମହାବିଦ୍ୟାଳୟ ର ଅଧକ୍ଷ ସୁଶାନ୍ତ ବିଶ୍ୱାଳ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରାସୃତ କରିଥିଲେ।ସନ୍ତୋଷ ପଟ୍ଟନାୟକ ଓ ସନ୍ଦୀପ ପାଇକରାୟ ଏହି ଟୁର୍ନାମେଣ୍ଟ ର ସଂଯୋଜନା କରିଥିବା ବେଳେ ବିଶ୍ୱନାଥମ, ଜେ ପି ସାମନ୍ତରାୟ, ଆଇ ଏସ ଗିରି ଓ ପ୍ରିୟତୋଷ ପରାମଣିକ ମ୍ୟାଚ କୁ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande