
ବଲାଙ୍ଗିର, ୦୮ ଜୁନ ( ହି.ସ.) - ବଲାଙ୍ଗିର ଜିଲ୍ଳା କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଳକ ସିନ୍ଧେକେଲା ପଂଚାୟତ ଠାରେ ଭାଇ ସୁଜିତ ସରାଫ, ହେମନ୍ତ ବିଶ୍ୱାଳ, ଚନ୍ଦ୍ର କହଁର ଙ୍କ ନେତୃତ୍ୱରେ ଆୟୋଜିତ ସାଂଗଠନିକ ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଯୁବ ନେତା ଗିରିରାଜ ସିଂ ମାଝୀ ଯୋଗଦେଇଥିଲେ।ଏହି ଅବସରରେ ବୁଢ଼ା ଚନ୍ଦନ,ଚମାରୁ ଭୋଇ,ଟୁନା ସେଠ୍, ଅଭିଳାଷ ବଘାର,ଅମିତ ସାହୁ, ଭବାନୀ ନାଗ,ଭାଗ୍ୟ ସାହୁ, ସୁଶିଲ ସଥପତି, ଦେବରାଜ ୟାଦବ, ବିଷ୍ଣୁ ପ୍ରସାଦ ଯୁଏଡ, ଦିପକ ଘିବେଲା, ଆଶିଷ ବେହେରା ଉପସ୍ଥିତ ଥିଲେ। ଆଗାମୀ ଦିନରେ ତୃଣମୂଳ ସ୍ତରରେ ସଂଗଠନ କୁ ଆହୁରି ସୁଦୃଢ଼ କରିବା ସହିତ ଜନସାଧାରଣ ଙ୍କ ସମସ୍ୟା ର ସମାଧାନ ଲାଗି ସମସ୍ତ କାର୍ଯ୍ୟକର୍ତାଙ୍କୁ ଗିରିରାଜ ସିଂ ମାଝୀ ସମସ୍ତ ଙ୍କୁ ଆହ୍ୱାନ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ