
ସମ୍ବଲପୁର, ୦୮, ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ତଥା ଏସଆଇଆର କାର୍ଯ୍ୟ ଚାଲିଛି। ବିଏଲଓମାନେ ଘରକୁ ଘର ଯାଇ ବର୍ତମାନ ସୁଦ୍ଧା ୬,୩୭,୩୩୨ ଜଣ ବା ୭୫.୪୫ ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ପ୍ରଦାନ କରି ସାରିଛନ୍ତି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି। ବିଏଲଓମାନେ ପରିଗଣନା ଫର୍ମ ଗୃହସ୍ଥଙ୍କୁ ପ୍ରଦାନ କରିବା ସହ ଫର୍ମ ପୂରଣରେ ମାର୍ଗଦର୍ଶନ କରୁଛନ୍ତି। ଫର୍ମ ପୂରଣ ପରେ ଭୋଟରଙ୍କଠାରୁ ଗ୍ରହଣ କରି ଏକ ପ୍ରାପ୍ତି ସ୍ୱୀକାରପତ୍ର ଭୋଟରଙ୍କୁ ଦେଉଛନ୍ତି। ଏହି ସମୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରତ୍ୟେକ ଦିନ ଇଆରଓ ଏବଂ ଏଆରଓ କ୍ଷେତ୍ର ପରିଦର୍ଶନ କରୁଥିବା ମଧ୍ୟ ପ୍ରଶାସନ ସୂତ୍ରରୁ କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ