
ଧର୍ମଶାଳା,୮ଜୁନ୍(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଳକ ବ୍ରହ୍ମବରଦା ଅଂଚଳରେ ଯୁବନେତା ତଥା ସାମାଜିକ କର୍ମୀ ବିଜୟ ଦାସଙ୍କର ମଙ୍ଗଳା ମାର୍କେଟସ୍ଥିତ ତାଙ୍କ ବାସଭବନଠାରେ ରବିବାର ବିଳମ୍ବିତ ରାତିରେ ହୃଦଘାତରେ ପରଲୋକ ଘଟି ଯାଇଛି । ପରଲୋକ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ପରଲୋକର ଖବର ପ୍ରଚାରିତ ହେବା ପରେ ଅବିଭକ୍ତ ବ୍ରହ୍ମବରଦା ଅଂଚଳରେ ଶୋକରଛାୟା ଖେଳି ଯାଇଛି । ଖବର ପ୍ରଚାରିତ ହେବା ପରେ ଜିଲାର ବିଭିନ୍ନ ଅଂଚଳରୁ ତାଙ୍କର ଶେଷ ଦର୍ଶନ ନିମନ୍ତେ ତାଙ୍କ ବାସଭବନ ଲୋକାରଣ୍ୟ ହୋଇ ପଡିଥିଲା । ବରୀ ନିର୍ବାଚନ ମଣ୍ଡୀଳର ପୁର୍ବତନ ବିଧାୟିକା ସୁନନ୍ଦା ଦାସ,ବରିଷ୍ଠ ,ନେତା ଦେବେନ୍ଦ୍ର ଦାସ,ବରୀ ବିଜେପି ଯୁବନେତା ଉମେଶ ଜେନା,ନବ ନିର୍ମାଣ କୃଷକ ସଂଗଠନ ରାଜ୍ୟ ସହ ସଂଯୋଜକ ସଭାପତି ନିମାଇଁ ଚରଣ ଦାସ,ଧର୍ମଶାଳା ବିକାଶ ପରିଷଦ ସଭାପତି ଶ୍ରୀକାନ୍ତ ସାହୁ,୩୬ ନଂ ଜୋନ ର୍ପୂବତନ ଜିଲା ପରିଷଦ ସଭ୍ୟା ଆରତୀ ଦେଓ,ଚତୃଭୂଜ ଦ୍ୱିବେଦୀ,କ୍ରୀଡାବିତ୍ ଅମୀୟ କୁମାର ପରିଡା,ଯୁବନେତା ରାକେଶ ଦେଓ,ବରିଷ୍ଠ ନେତା ଅବାୁଲ କଲାମ,ପୂର୍ବତନ ସମିତିସଭ୍ୟ ଶରତ ପାଣ୍ଡେ,ଅବଦୁଲ ଦୟାନ ଖାଁନ,ପ୍ରଦୀପ ଦାସ,ଜିଲା ବିଜେପି ସଂଖ୍ୟାଲଘୁ ସେଲ ସଭାପତି ଜୁଲ ଫିକର ଅଲ୍ଲୀ,ଯାଜପୁର ଜିଲା ଏସ୍ସିଏସସି ଜଏଟଂ ଆକ୍ସନ କମିଟି ସଭାପତି ଗୟାଧର ମଲ୍ଲିକ,ସମ୍ପାଦକ ଦୁଶ୍ମନ୍ତ କୁମାର ଜେନା,ଉପସଭାପତି ଶଶିଭୂଷଣ ମଲ୍ଲିକ,ମୂଳ ନିବାସୀ ସମତା ପରିଷଦର ଛାତ୍ର ସଭାପତି ବିଭ୍ରାନ୍ତ ବିଶ୍ୱଜିତ,ଧର୍ମଶାଳା ଆମ୍ବେଦକର ଫାଉଁଣ୍ଡେସନର ଉପଦେଷ୍ଟା କାର୍ତିକ ଚନ୍ଦ୍ର ମଲ୍ଲିକ,ସମ୍ପାଦକ ଅଭିମନ୍ୟୁ ମଲ୍ଲିକ,ଯାଜପୁର ଜିଲା ସିଭିଲ ସୋସାଇଟ୍ ସମ୍ପାଦକ ବିଶ୍ୱନାଥ ପାତ୍ର,ମୂଳ ନିବାସୀ ୟୁନାଇଟେଡ୍ ପୋରମ ଜିଲା ସଭାପତି ଆର୍ତତ୍ରାଣ ମଲ୍ଲିକ,ଜିଲା ଭୀମ ଆର୍ମିର ମୋହନ ଚରଣ ଦାସ,ଆଲଉମା କମିଟି ସମ୍ପାଦକ ଅକ୍ତର ହୋସେନ ଖାଁନ.ଜାବେଦ ଖାଁନ,ଜକି ଆଲାମ,ସେକ୍ ଆବୁ ସାଏମା,ଅବଦୁଲ ସକୁର,ସେକ୍ ଅନୱର ଖାଁନ,ସଫି ଆଲାମ ଖାଁନ,ସିଦ୍ରତୁଲ ହକ୍,ଅମୀରୁଲ ହକ୍,ଚିତ ରଂଜନ ଦାସ ଓ ସୁରେନ୍ଦ୍ର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗ ଦେଇ ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶୋକୂଳ ପରିବାରକୁ ସମବେଦନା ଜଣାଇ ଥିଲେ ।
ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ,ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର,ବିଂଝାରପୁର ବିଜେପି ନେତ୍ରୀ ବବିତା ମଲ୍ଲିକ,ଓଡିଶା ଜନତା କଂଗ୍ରେସ ସଭାପତି ମହମ୍ମଦ ମୋକିମ୍,ଓଡିଶା ଜନତା କଂଗ୍ରେସ ଜିଲା ସଂଯୋଜକ ସଂଜୟ ରାୟ,ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା,ଶ୍ରୀନାଥ ମିଶ୍ର,କଂଗ୍ରେସ ଜିଲା ସଭାପତି ମାଗୁଣି ଚରଣ ଜେନା,ପୂର୍ବତନ ଜିଲା କଂଗ୍ରେସ ସଭାପତି ମନୋଜ ରାଉତ,ରସୁଲପୁର ବ୍ଲକ କଂଗ୍ରେସ ସଭାପତି ମିହିର ମିଶ୍ର,ରସୁଲପୁର ବ୍ଲକ କଂଗ୍ରେସ ଉପସଭାପତି ଶ୍ରୀକାନ୍ତ ସାହୁ,୩୬ନଂ ଜେନା ସଭାପତି ଅନନ୍ତ ଘଡାଇ,ଶ୍ରମିକ ନେତା ବିଦ୍ୟାଧର ମହାନ୍ତି,ପୂର୍ବତନ ରାଜ୍ୟ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ,ପୂର୍ବତନ ଜିଲାପରିଷଦ ସଭ୍ୟ ନଟବର ବେହୁରିଆ ଓ ୩୬ ନଂ ଜୋନ ଜିଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସ୍ୱର୍ଗତ ଦାସଙ୍କ ମରଶରୀରକୁ ଅବିଭକ୍ତ ବ୍ରହ୍ମବରଦା ଅଂଚଳର ପରିକ୍ରମା କରାଯାଇ ଶେଷକୃତ ସମ୍ପନ୍ନ କରାଯାଇ ଥିଲା । ତାଙ୍କର ଏକମାତ୍ର ପୁଅ ବିପ୍ଲବ ଲୋଚନ ଦାସ ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ଦାସ ପ୍ରଥମେ ୨୦୦୭ରୁ୧୨ ମସିହାରେ ୩୬ ନଂ ଜୋନରେ ଜିଲା ପରିଷଦ ସଭ୍ୟ,୨୦୧୨ରୁ୧୭ ମସିହା ପର?୍ୟ୍ୟନ୍ତ ମହେଶ୍ୱରପୁର ପଂଚାୟତର ସମିତିସଭ୍ୟ ଓ ୨୦୧୭ରେ ବ୍ରହ୍ମବରଦା ପଂଚାୟତ ସରପଂଚଭାବେ ନିର୍ବାଚିତ ହୋଇଥିଲେ । ପରେପରେ ସେ ବିଭିନ୍ନ ସଂଗଠନ ସହ ଜଡିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ