ମାର୍ଶାଘାଇ ମାର୍କେଟ୍ କମ୍ପେ୍ଲକ୍ସ ଉଚ୍ଛେଦକୁ ନେଇ ଉତ୍ତେଜନା : ବୃଦ୍ଧାଙ୍କୁ ଧକ୍କା ମାରି ବାହାର କରିବା ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମାର୍କେଟ୍ କମ୍ପେ୍ଲକ୍ସର ରୁମ୍ ଆବଣ୍ଟନ ଓ ଉଚ୍ଛେଦକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଏକପଟେ ନିଲାମ ଓ ରୁମ୍ ଆବଣ୍ଟନରେ ଅନିୟମିତତା, ପକ୍ଷପାତିତା ଏବଂ ଜାଲିଆତି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଅନ୍ୟପଟେ
ମାର୍ଶାଘାଇ ମାର୍କେଟ୍ କମ୍ପେ୍ଲକ୍ସ ଉଚ୍ଛେଦକୁ ନେଇ ଉତ୍ତେଜନା : ବୃଦ୍ଧାଙ୍କୁ ଧକ୍କା ମାରି ବାହାର କରିବା ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା


କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ମାର୍କେଟ୍ କମ୍ପେ୍ଲକ୍ସର ରୁମ୍ ଆବଣ୍ଟନ ଓ ଉଚ୍ଛେଦକୁ ନେଇ ବିବାଦ ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ଏକପଟେ ନିଲାମ ଓ ରୁମ୍ ଆବଣ୍ଟନରେ ଅନିୟମିତତା, ପକ୍ଷପାତିତା ଏବଂ ଜାଲିଆତି ହୋଇଥିବା ଅଭିଯୋଗ ହେଉଥିବା ବେଳେ ଅନ୍ୟପଟେ ପୁଲିସ, ତହସିଲ ଓ ବ୍ଲକ୍ ପ୍ରଶାସନ ବଳପୂର୍ବକ ଉଚ୍ଛେଦ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ଅନୁସାରେ, ଦୀର୍ଘ ବର୍ଷ ଧରି ମାର୍କେଟ୍ କମ୍ପେ୍ଲକ୍ସରେ ବ୍ୟବସାୟ କରୁଥିବା କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ବିକଳ୍ପ ବ୍ୟବସ୍ଥା ନକରି ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା । ପରେ ଉଚ୍ଛେଦ ସମୟରେ ଜଣେ ଅସହାୟ ବୃଦ୍ଧାଙ୍କୁ ଧକ୍କା ମାରି ଜବରଦସ୍ତି ବାହାର କରାଯାଇଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଛି । ଅନ୍ୟପକ୍ଷରେ ମାର୍କେଟ୍ କମ୍ପେ୍ଲକ୍ସର ୯ଟି ରୁମ୍ ମଧ୍ୟରୁ ଅଧିକାଂଶ ରୁମ୍ ସରପଞ୍ଚଙ୍କ ପରିବାର ସଦସ୍ୟ ଓ ନିକଟବର୍ତ୍ତୀ ବ୍ୟକ୍ତିଙ୍କ ନାମରେ ଆବଣ୍ଟନ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ସାଧାରଣ ଜନତା ଓ ପ୍ରକୃତ ଦାବିଦାରମାନଙ୍କୁ ସୁଯୋଗ ନଦେଇ ଗୁପ୍ତ ଭାବେ ନିଲାମ ପ୍ରକ୍ରିୟା କରାଯାଇଥିବା ଦାବି କରିଛନ୍ତି ଆନ୍ଦୋଳନକାରୀମାନେ । ଏ ପ୍ରସଙ୍ଗରେ ସମାଜସେବୀ ତଥା ଦାବିଦାର ତନୁଜ କୁମାର ଜେନାଙ୍କ ନେତୃତ୍ୱରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ପଞ୍ଚାୟତବାସୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । ସେମାନେ ବର୍ତ୍ତମାନର ନିଲାମ ପ୍ରକ୍ରିୟାକୁ ରଦ୍ଦ କରିବା, ଉଚ୍ଚସ୍ତରୀୟ ତଦନ୍ତ କରିବା, ଉଚ୍ଛେଦ କାର୍ଯ୍ୟ ବନ୍ଦ କରିବା ଏବଂ ପ୍ରକୃତ ଯୋଗ୍ୟ ଦାବିଦାରଙ୍କୁ ରୁମ୍ ଆବଣ୍ଟନ କରିବା ପାଇଁ ଦାବି ଉଠାଇଛନ୍ତି ।ଆନ୍ଦୋଳନକାରୀମାନଙ୍କ କହିବା ଅନୁଯାୟୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ପ୍ରଶାସନଙ୍କ ପୂର୍ବ ନିର୍ଦ୍ଦେଶ ସତ୍ତ୍ୱେ ମଧ୍ୟ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯାଇନାହିଁ ବରଂ ଦାବିଦାରମାନଙ୍କୁ ରୁମ୍ ଦେବା ପରିବର୍ତ୍ତେ ଉଚ୍ଛେଦ ନୋଟିସ ଜାରି କରାଯାଇଥିବାରୁ ସେମାନେ ଜୀବିକା ହରାଇବାର ଆଶଙ୍କାରେ ଅଛନ୍ତି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବେ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande