
ଭୁବନେଶ୍ୱର, 08 ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲା
ଚିକିଟି ତହସିଲର କୈଳାଶ ବେହେରା (ପତ୍ନୀ – ଶୁକୁରୁ ବେହେରା) ଏବଂ ରଙ୍ଗବତୀ ବେହେରା (ମାତା – କୁନି ବେହେରା) ଙ୍କର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ
ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ
ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ
ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା