ବିଜୁ ଜନତା ଦଳକୁ ଆସୁଛନ୍ତି ସୁଜାତା ଆର୍. ପାଣ୍ଡିଆନ୍- ମନ୍ମଥ ରାଉତରାୟ
ଭୁବନେଶ୍ୱର, 08 ଜୁନ୍ (ହି.ସ.)- ବିଜେଡି ନେତା ମନ୍ମଥ ରାଉତରାୟଙ୍କ ବଡ଼ ବୟାନ । ବିଜେଡ଼ିକୁ ଆସୁଛନ୍ତି ସୁଜାତା ଆର୍. ପାଣ୍ଡିଆନ୍ ।ଏହା ଶତ ପ୍ରତିଶତ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଯେତେ ଜଲ୍ଦି ସେ ଆସିବେ, ଅତ୍ୟନ୍ତ ଖୁସି ହେବୁ ।ରେଡ୍ କାରପେଟ୍ରେ ସ୍ଵାଗତ କରିବୁ । ସେ ପଦ
ବିଜୁ ଜନତା ଦଳକୁ ଆସୁଛନ୍ତି     ସୁଜାତା ଆର୍. ପାଣ୍ଡିଆନ୍- ମନ୍ମଥ ରାଉତରାୟ


ଭୁବନେଶ୍ୱର, 08 ଜୁନ୍ (ହି.ସ.)- ବିଜେଡି ନେତା

ମନ୍ମଥ ରାଉତରାୟଙ୍କ ବଡ଼ ବୟାନ । ବିଜେଡ଼ିକୁ ଆସୁଛନ୍ତି ସୁଜାତା ଆର୍. ପାଣ୍ଡିଆନ୍ ।ଏହା ଶତ ପ୍ରତିଶତ ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ, ଯେତେ ଜଲ୍ଦି ସେ ଆସିବେ, ଅତ୍ୟନ୍ତ ଖୁସି ହେବୁ ।ରେଡ୍ କାରପେଟ୍ରେ ସ୍ଵାଗତ କରିବୁ । ସେ ପଦବୀ ନେବେ ନାହିଁ କି ଉତ୍ତରାଧିକାରୀ ହେବେ ନାହିଁ । ସାଧାରଣ କର୍ମୀ ଭାବେ

ଓଡ଼ିଶାର ବିକାଶ ପାଇଁ କାମ କରିବେ ।

ସେ କହିଛନ୍ତି ଯେ, ସମସ୍ତଙ୍କ

ଇଚ୍ଛା ସୁଜାତା ଆସନ୍ତୁ, ସେ ସରକାରକୁ

ଦୋହଲାଇ ଦେବେ । ବିଜେଡିରେ ଏଣ୍ଟ୍ରି ନେଇ ନବୀନ ରାଜି ଥିଲେ, କିନ୍ତୁ ସୁଜାତା ଅରାଜି ଥିଲେ । ଏବେ ସୁଜାତା ରାଜି ହୋଇଛନ୍ତି ବୋଲି ମନ୍ମଥ ରାଉତରାୟ

କହିଛନ୍ତି । ନକାରାତ୍ମକ ପ୍ରଚାର ନେଇ ସୁଜାତାଙ୍କ ମନୋବଳ କମିଛି,

ନିଷ୍ପତ୍ତିରେ ବିଳମ୍ବ ହୋଇଛି । ସୁଜାତା ଆସିଲେ କିଛି

ଅସନ୍ତୁଷ୍ଟ ହେବେ, କିନ୍ତୁ ବହୁ

ଲୋକଙ୍କ ମନୋବଳ ବଢିବ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande