ମୌସୁମୀ ପାଇଁ ପୂର୍ବତଟ ରେଳପଥର ପ୍ରସ୍ତୁତି
ଭୁବନେଶ୍ୱର , ୦୮ ଜୁନ୍ (ହି.ସ.)- ମୌସୁମୀ ଋତୁ ଆରମ୍ଭ ହେବା ସହିତ, ବର୍ଷା ଦିନେ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ରାୟଗଡ଼ା ଡିଭିଜନ ଗୁଡିକରେ ୧୦ ଜୁନ୍ ରୁ ୨୫ ସେପ୍େଟମ୍ବର ପର୍ଯ୍ୟନ
ମୌସୁମୀ ପାଇଁ ପୂର୍ବତଟ ରେଳପଥର ପ୍ରସ୍ତୁତି


ଭୁବନେଶ୍ୱର , ୦୮ ଜୁନ୍ (ହି.ସ.)- ମୌସୁମୀ ଋତୁ ଆରମ୍ଭ ହେବା ସହିତ, ବର୍ଷା ଦିନେ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ନିରବଚ୍ଛିନ୍ନ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ଖୋର୍ଦ୍ଧା ରୋଡ୍, ସମ୍ବଲପୁର ଏବଂ ରାୟଗଡ଼ା ଡିଭିଜନ ଗୁଡିକରେ ୧୦ ଜୁନ୍ ରୁ ୨୫ ସେପ୍େଟମ୍ବର ପର୍ଯ୍ୟନ୍ତ ମୌସୁମୀ ସତର୍କତା ଉପରେ ଏକ ସ୍ୱତନ୍ତ୍ର ସୁରକ୍ଷା ଅଭିଯାନ ଆରମ୍ଭ କରାଯାଇଛି।

ଏହି ଅଭିଯାନରେ ପ୍ରବଳ ବର୍ଷା ଦ୍ୱାରା ପ୍ରଭାବିତ ହେବାର ଆଶଙ୍କା ଥିବା ରେଳ ସମ୍ପତି ଗୁଡ଼ିକର ବ୍ୟାପକ ଯାଞ୍ଚ, ପ୍ରତିଷେଧକ ରକ୍ଷଣାବେକ୍ଷଣ ଏବଂ ତୀକ୍ଷ୍ଣ ତଦାରଖ ରଖାଯିବା ଅନ୍ତର୍ଭୁକ୍ତ। ଟ୍ରାକ୍, ବ୍ରିଜ୍ (ପୋଲ), କଲଭର୍ଟ, ଟନେଲ୍ (ସୁଡ଼ଙ୍ଗ), ଏମ୍ବ୍ୟାଙ୍କମେଂଟ (ବନ୍ଧ), କଟିଙ୍ଗ୍, ଡ୍ରେନେଜ୍ ବ୍ୟବସ୍ଥା, ସିଗନାଲିଂ ବ୍ୟବସ୍ଥା, ବୈଦ୍ୟୁତିକ ସମ୍ପତି ଏବଂ ଓଭରହେଡ୍ ଉପକରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପ୍ରସ୍ତୁତିମୂଳକ ପଦକ୍ଷେପ ସ୍ୱରୂପ ରେଳ ଧାରଣା ସଂଲଗ୍ନ ନଦୀ, ପୋଲ ଏବଂ କଲଭର୍ଟ ଗୁଡ଼ିକର ଜଳସ୍ତର ଉପରେ କଡ଼ା ନଜର ରଖାଯିବ।

ବନ୍ୟା, ମୃତିକା କ୍ଷୟ, ଭୂସ୍ଖଳନ , ପାହାଡ଼ ଧସିବା ଏବଂ ପଥର ଖସିବା ଭଳି ଆଶଙ୍କା ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି। ରିଟେନିଂ ୱାଲ୍ (ପ୍ରତିରୋଧକ ପ୍ରାଚୀର), ବୋଲ୍ଡର ନେଟ୍ ଏବଂ ନଦୀ-ପ୍ରଶିକ୍ଷଣ କାର୍ଯ୍ୟ ଭଳି ସୁରକ୍ଷାମୂଳକ ଗଠନଗୁଡ଼ିକୁ ଭଲଭାବେ ଯାଂଚ କରାଯାଉଛି ଏବଂ ଆବଶ୍ୟକ ସ୍ଥଳେ ସୁଦୃଢ଼ କରାଯାଉଛି। ପ୍ରତିକୂଳ ପାଗ ସମୟରେ ପ୍ରଭାବଶାଳୀ ନଜର ରଖିବା ଏବଂ ଉତମ ଦୃଶ୍ୟମାନତା ସୁନିଶ୍ଚିତ କରିବା ପାଇଁ ପୋଲ ଏବଂ ରେଳଧାରଣା ନିକଟରେ ଥିବା ଗଛଲତା ଓ ବୁଦାଗୁଡ଼ିକୁ ମଧ୍ୟ ସଫା କରାଯାଉଛି। ଏହି ମୌସୁମୀ ସୁରକ୍ଷା ଅଭିଯାନରେ ଦୁର୍ବଳ ଟ୍ରାକ୍ ସେକ୍ସନ ଗୁଡ଼ିକରେ ବ୍ୟାପକ ପାଟ୍ରୋଲିଂ, ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିୟମିତ ଯାଂଚ ଏବଂ ଚିହ୍ନଟ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ୱାଚ୍?ମ୍ୟାନ୍ (ଜଗୁଆଳି) ମୁତୟନ କରାଯିବା ଅନ୍ତର୍ଭୁକ୍ତ ଅଟେ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବା ପାଇଁ ବାଲିବସ୍ତା, ବାଲାଷ୍ଟ (ପଥରଗୁଡ଼ି) ଏବଂ ମୋରମ ସହିତ ପର୍ଯ୍ୟାପ୍ତ ପରିମାଣର ଜରୁରୀକାଳୀନ ସାମଗ୍ରୀ ରଣନୀତିକ ଭାବେ ଗଚ୍ଛିତ କରି ରଖାଯାଇଛି।

ଜଳବନ୍ଦୀ ଏବଂ ଆଦ୍ରତା ଦ୍ୱାରା ସୃଷ୍ଟି ହେଉଥିବା ବ୍ୟାଘାତକୁ ରୋକିବା ପାଇଁ ସିଗନାଲିଂ ଏବଂ ଦୂରସଂଚାର ବ୍ୟବସ୍ଥା, ଟ୍ରାକ୍ ସର୍କିଟ୍, ରିଲେ ରୁମ୍, ପଏଣ୍ଟ ମେସିନ୍ ଏବଂ ଲୋକେସନ ବକ୍ସ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି। ସିଗନାଲ ଗୁଡ଼ିକର ସଠିକ୍ ଦୃଶ୍ୟମାନତା ସୁନିଶ୍ଚିତ କରିବା, ଝୁଲୁଥିବା ଗଛର ଡାଳଗୁଡ଼ିକୁ କାଟିବା ଏବଂ ପ୍ରଭାବଶାଳୀ ଆର୍ôଥଂ ଓ ସର୍ଜ ସୁରକ୍ଷା ବ୍ୟବସ୍ଥା ମାଧ୍ୟମରେ ବୈଦ୍ୟୁତିକ ଏବଂ ସିଗନାଲିଂ ସଂସ୍ଥାପନ ଗୁଡ଼ିକର ସୁରକ୍ଷା ପାଇଁ ମଧ୍ୟ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି।

ଟ୍ରାକସନ ଏବଂ ବୈଦ୍ୟୁତିକ କ୍ଷେତ୍ରରେ, ପାଣି ପଶିବାକୁ ରୋକିବା ଏବଂ ପ୍ରତିକୂଳ ପାଗ ସମୟରେ ପରିଚାଳନାଗତ ନିର୍ଭରଯୋଗ୍ୟତା ବଜାୟ ରଖିବା ପାଇଁ ଓଭରହେଡ୍ ଉପକରଣ, ସୁଇଚିଂ ପୋଷ୍ଟ, ସବ୍-ଷ୍ଟେସନ ଏବଂ ଲୋକୋମୋଟିଭ୍ (ଇଞ୍ଜିନ) ଉପକରଣଗୁଡ଼ିକର ବିସ୍ତୃତ ଯାଂଚ କରାଯାଉଛି।ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ, ଘୂର୍ଣ୍ଣିଝଡ଼ କିମ୍ବା ଅନ୍ୟ କୌଣସି ପାଣିପାଗ ସମ୍ବନ୍ଧୀୟ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଏବଂ ସମନ୍ୱିତ ପଦକ୍ଷେପ ସୁନିଶ୍ଚିତ କରିବା ପାଇଁ ମୌସୁମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଏବଂ ସୁରକ୍ଷା ସୂଚନା ମାଧ୍ୟମରେ ବିଭିନ୍ନ ବିଭାଗର ଫିଲ୍ଡ ଷ୍ଟାଫ୍?ମାନଙ୍କୁ ସଚେତନ କରାଯାଉଛି।

ଏହି ବ୍ୟାପକ ପ୍ରସ୍ତୁତିମୂଳକ ପଦକ୍ଷେପ ମାଧ୍ୟମରେ, ପୂର୍ବତଟ ରେଳପଥ ଭିତିଭୂମିର ସ୍ଥିରତା ବୃଦ୍ଧି କରିବା, ପରିଚାଳନାଗତ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ମୌସୁମୀ ଋତୁରେ ଯାତ୍ରୀ ଓ ମାଲ୍ ପରିବହନ ଗ୍ରାହକମାନଙ୍କ ପାଇଁ ସମୟାନୁବର୍ତୀ, ନିର୍ଭରଯୋଗ୍ୟ ଏବଂ ସୁରକ୍ଷିତ ରେଳ ସେବା ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande