
ଭୁବନେଶ୍ୱର, 08 ଜୁନ୍ (ହି.ସ.)- ନ୍ୟୁ ତାଇପେଇ
ଆଥଲେଟିକ୍ସ ଚାମ୍ପିଆନସିପ 2026ରେ ରୌପ୍ୟ ପଦକ ଜିତିଥିବା ଅନିମେଶ କୁଜୁରଙ୍କୁ ନବୀନ ପଟ୍ଟନାୟକ
ଅଭିନନନ୍ଦନ ଜଣାଇଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ନବୀନ କହିଛନ୍ତି ଯେ, ନ୍ୟୁ ତାଇପେଇ ସିଟି ଆଥଲେଟିକ୍ସ ଚ୍ୟାମ୍ପିଅନସିପ
2026 ରେ ପୁରୁଷ 200 ମିଟର ଦୌଡ଼ ଇଭେଣ୍ଟରେ ରୌପ୍ୟ ପଦକ ଜିତିବା ସହିତ କମନୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଏସ୍ ଖେଳାଳି ଅନିମେଶ କୁଜୁରଙ୍କୁ
ଅନେକ ଅଭିନନ୍ଦନ।ତାଙ୍କର ପ୍ରତିଭା ଆହୁରି ଦୀପ୍ତିମାନ୍ ହେଉ ଏବଂ ଦେଶ ପାଇଁ ଗୌରବ ଆଣୁନ୍ତୁ ବୋଲି ଶୁଭକାମନା
କରୁଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା