
ଭୁବନେଶ୍ୱର, 08 ଜୁନ୍ (ହି.ସ.): ଜାତୀୟ ଶିକ୍ଷା ନୀତି–2020 ର କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସରକାର ବିଦ୍ୟାଳୟ ଶିକ୍ଷା
ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷିରେ ଓଡିଶା ସ୍କୁଲ ଶିକ୍ଷା
ପ୍ରୋଗ୍ରାମ ଅଥରିଟି (ଓସେପା) ଶିଶୁ ବାଟିକା
(ପ୍ରି-ସ୍କୁଲ) ଠାରୁ କ୍ଲାସ୍ ଅଷ୍ଟମ ପର୍ଯ୍ୟନ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ
ବିଦ୍ୟାଳୟଗୁଡ଼ିକ ପାଇଁ ଶିକ୍ଷାବର୍ଷ 2026–27 ନିମନ୍ତେ ବିସ୍ତୃତ ନିର୍ଦ୍ଦେଶିକା ଓ ନମୁନା ସମୟସାରିଣୀ ଜାରି କରିଛି।
ରାଜ୍ୟ ସରକାର ଓଡିଶା
କରିକୁଲମ୍ ଫ୍ରେମୱର୍କ ଫର୍ ସ୍କୁଲ ଏଜୁକେସନ–2025 ଅନୁଯାୟୀ ପାଠ୍ୟକ୍ରମରେ ସଂଶୋଧନ କରି ନୂତନ ପାଠ୍ୟପୁସ୍ତକ ମଧ୍ୟ ଲାଗୁ କରିଛନ୍ତି। ଏହାକୁ
ରାଜ୍ୟର ସ୍କୁଲ ଶିକ୍ଷା ପ୍ରଣାଳୀରେ ବ୍ୟାପକ ସୁଧାରର ଅଂଶ ଭାବେ ଦେଖାଯାଉଛି।
ନୂତନ ବ୍ୟବସ୍ଥାର ସବୁଠୁ
ଗୁରୁତ୍ୱପୂର୍ଣ୍ଣ ବିଶେଷତା
ହେଉଛି 10ଦିନ ବିନା ବ୍ୟାଗବ୍ୟବସ୍ଥା। ଏହି ଦିନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ
ସ୍କୁଲ ବ୍ୟାଗ ନେଇ ଆସିବାକୁ ପଡିବ ନାହିଁ ଏବଂ ସେମାନେ କାର୍ଯ୍ୟକଳାପ ଆଧାରିତ,
ଅନୁଭୂତିମୂଳକ ଓ କୌଶଳ ବିକାଶ ସମ୍ବନ୍ଧୀୟ
କାର୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାର ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ଉପରେ ଶିକ୍ଷାଗତ ଭାର
କମେଇବା ସହ ଶିକ୍ଷା ପ୍ରକ୍ରିୟାକୁ ଅଧିକ ଆନନ୍ଦମୟ ଓ ସମଗ୍ର କରିବା।
ସ୍କୁଲ ଓ ଗଣ ଶିକ୍ଷା ବିଭାଗ
ଦ୍ୱାରା ପ୍ରସ୍ତୁତ
ନୂତନ ଏକୀକୃତ ସମୟସାରିଣୀ ରାଜ୍ୟର ସମସ୍ତ ସରକାରୀ ଓ ସହାୟତାପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷାବର୍ଷ
2026–27 ଠାରୁ ଲାଗୁ ହେବ।
ଜାରି ନିର୍ଦ୍ଦେଶିକା
ଅନୁସାରେ ବିଦ୍ୟାଳୟଗୁଡ଼ିକ ବର୍ଷକୁ ମୋଟ 230 ଦିନ ଚାଲିବ। ଏଥିରୁ 20 ଦିନ ମୂଲ୍ୟାୟନ,
ପରୀକ୍ଷା ଓ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପ ପାଇଁ
ଏବଂ 20 ଦିନ ବାର୍ଷିକ ଉତ୍ସବ,
କ୍ରୀଡ଼ା ପ୍ରତିଯୋଗିତା,
ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଆୟୋଜନ ପାଇଁ
ନିର୍ଦ୍ଧାରିତ ହୋଇଛି। ଅବଶିଷ୍ଟ 190 ଦିନ ସାଧାରଣ ପାଠଦାନ ଓ ଶିକ୍ଷା-ଅଧିଗମ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେବ।
କ୍ଲାସ୍ 6 ଠାରୁ 8 ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତିମୂଳକ ଶିକ୍ଷାର ନିର୍ଦ୍ଧାରିତ ଚାରିଟି
ପିରିଅଡ୍ ମଧ୍ୟରୁ ଗୋଟିଏ ପିରିଅଡ୍କୁ ବ୍ୟାଗଲେସ୍ ଡେ କାର୍ଯ୍ୟକଳାପ ପାଇଁ ଧାର୍ଯ୍ୟ କରାଯିବ।
ଏହି କାର୍ଯ୍ୟକଳାପଗୁଡ଼ିକୁ ପ୍ରାଥମିକତାଭିତ୍ତିରେ ଶନିବାର ଆୟୋଜନ କରାଯିବ,
ଯାହା ଛାତ୍ରଛାତ୍ରୀଙ୍କୁ ପ୍ରାୟୋଗିକ ଓ କୌଶଳ ଆଧାରିତ
ଶିକ୍ଷାର ଅନୁଭବ ଦେବ।
ନୂତନ ସମୟସାରିଣୀ ଅନୁଯାୟୀ
ପ୍ରତ୍ୟେକ କାର୍ଯ୍ୟଦିନରେ ସାତଟି ପିରିଅଡ୍ ରହିବ, ଯାହା ଫଳରେ ସପ୍ତାହକୁ ମୋଟ 42ଟି ପିରିଅଡ୍ ଚାଲିବ। ଗଣିତ, ବିଜ୍ଞାନ, କଳା ଶିକ୍ଷା,
ଶାରୀରିକ ଶିକ୍ଷା ଓ ବୃତ୍ତିମୂଳକ ଶିକ୍ଷା ପରି
ବିଷୟଗୁଡ଼ିକୁ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଅନୁଭୂତିମୂଳକ ଶିକ୍ଷାକୁ
ପ୍ରୋତ୍ସାହନ ଦେବା ପାଇଁ 80 ଠାରୁ 90 ମିନିଟର ଦୁଇଟି ସଂଯୁକ୍ତ ପିରିଅଡ୍ ନିର୍ଦ୍ଧାରଣ କରାଯାଇଛି,
ଯେଉଁଥିରେ ପ୍ରୋଜେକ୍ଟ କାର୍ଯ୍ୟ,
ବିଜ୍ଞାନ ପ୍ରୟୋଗ, ରୋଲ୍-ପ୍ଲେ, ପ୍ରସ୍ତୁତିକରଣ ଓ
ଅନ୍ୟାନ୍ୟ ପ୍ରାୟୋଗିକ କାର୍ଯ୍ୟକଳାପ କରାଯିବ। ଜାତୀୟ ଶିକ୍ଷା ନୀତି–2020 ର ସୁପାରିଶ ଅନୁଯାୟୀ କଳା ଓ ଶାରୀରିକ ଶିକ୍ଷାକୁ ମଧ୍ୟ
ପାଠ୍ୟକ୍ରମରେ ବିଶେଷ ସ୍ଥାନ ଦିଆଯାଇଛି, ଯେଉଁଥିରେ ସିଦ୍ଧାନ୍ତ ଓ ପ୍ରାୟୋଗିକ ଦୁଇ ପ୍ରକାରର ଶ୍ରେଣୀ ବ୍ୟବସ୍ଥା ରହିଛି।
ଓସେପାବିଭିନ୍ନ ସ୍ତର ପାଇଁ ଅଲଗା ଅଲଗା ନମୁନା ସମୟସାରିଣୀ
ପ୍ରସ୍ତୁତ କରି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଇଛି ଏବଂ ଏହାର କାର୍ଯ୍ୟକରୀ ଓ ଅନିବାର୍ଯ୍ୟ
ଅମଲ ପାଇଁ ନିର୍ଦ୍ଦେଶ ଜାରି କରିଛି।
ନୂତନ ବ୍ୟବସ୍ଥା ଅନୁଯାୟୀ
ବିଦ୍ୟାଳୟଗୁଡ଼ିକ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ 10ଟାରୁ ସନ୍ଧ୍ୟା 4ଟା ପର୍ଯ୍ୟନ୍ତ
ଚାଲିବ । ଶନିବାର ସକାଳ 6:30ରୁ ଦ୍ୱିପ୍ରହର 12:30
ପର୍ଯ୍ୟନ୍ତ କ୍ଲାସ୍ ଚାଲିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା