ବ୍ରହ୍ମକୁମାରୀ ତରଫରୁ ବିଶ୍ଵ ପରିବେଶ ଦିବସ ପାଳିତ
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ସୁନାଇଲୋ ଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦୁତିଆଳ ଗ୍ରାମରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶତାଧିକ ବୃକ୍ଷରୋପଣ କରାଯାଇଛି । ବ୍ର.କୁମାରୀ ସ୍ନେହଙ୍କ ନେତ
ବ୍ରହ୍ମକୁମାରୀ ତରଫରୁ ବିଶ୍ଵ ପରିବେଶ ଦିବସ


କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ସୁନାଇଲୋ ଠାରେ ଥିବା ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦୁତିଆଳ ଗ୍ରାମରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଶତାଧିକ ବୃକ୍ଷରୋପଣ କରାଯାଇଛି । ବ୍ର.କୁମାରୀ ସ୍ନେହଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ସର୍ବେଶ୍ୱର ମିଶ୍ର, ଅକ୍ଷୟ କୁମାର ପତି, ବସନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆମ୍ବ, ପଣସ, ପିଜୁଳି, ନଡିଆ, ଲେମ୍ବୁ, ଗୁଆ ଇତ୍ୟାଦି ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଛି । ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ବୋଲି ଉପସ୍ଥିତ ଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ର.କୁ ବିଶ୍ୱରଞ୍ଜନ, ବ୍ର.କୁ ସୁଚିତ୍ରା, ପ୍ରଜ୍ଞା, ହେମଲତା, ବ୍ର.କୁ ହେମନ୍ତ, ନିରଞ୍ଜନ, ମୁରଲୀ, ସୁରେନ୍ଦ୍ର, ବ୍ର.କୁ ଅଭୟ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande