
ଭୁବନେଶ୍ୱର, 08 ଜୁନ୍ (ହି.ସ.)- ବିଶ୍ୱ ମହାସାଗର
ଦିବସରେ ସମୁଦ୍ରକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅପିଲ କରିଛନ୍ତି
।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ନବୀନ କହିଛନ୍ତି ଯେ, ସମୁଦ୍ର ଆମର ଜୀବନର ମୂଳ ଉତ୍ସ,ଯାହାକି ମାନବଜାତିର ଜୀବନ ଧାରଣକୁ ସମର୍ଥନ କରନ୍ତି। ଏହା ଆମ
ପୃଥିବୀର ଫୁସଫୁସ, ଖାଦ୍ୟ ଓ ଔଷଧର
ମୁଖ୍ୟ ଉତ୍ସ, ଏବଂ ଜୀବମଣ୍ଡଳର
ଅତ୍ୟାବଶ୍ୟକ ଅଂଶ। ବିଶ୍ୱ ମହାସାଗର ଦିବସଅବସରରେ, ଆସନ୍ତୁ ଆମେ
ସମୁଦ୍ର ଜୀବ ବିବିଧତାକୁ ପୋଷଣ କରିବା ଏବଂ ସ୍ୱସ୍ଥ ପୃଥିବୀ ପାଇଁ ଏହି ଜୀବନର ଅଂଶକୁ ସୁରକ୍ଷିତ
ରଖିବାକୁ ସଙ୍କଳ୍ପ ନେବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା