
ଭୁବନେଶ୍ୱର, 08 ଜୁନ୍ (ହି.ସ.)- ବିଶ୍ୱ ମହାସାଗର
ଦିବସରେ ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ
ଅପିଲ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ଏକ ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ମହାସାଗର ଦିବସ ଅବସରରେ
ଆସନ୍ତୁ, ଆମେ ସମସ୍ତେ
ସମୁଦ୍ରକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ଆମର ଏହି ଅମୂଲ୍ୟ ପ୍ରାକୃତିକ
ସମ୍ପଦକୁ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରଖିବାରେ ନିଜ ନିଜ ଦାୟିତ୍ୱ ପାଳନ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା