
ଖୋର୍ଦ୍ଧା, ୧୫ ଜୁଲାଇ(ହି.ସ.) – ଖୋର୍ଦ୍ଧା ପଲଟନ ପଡିଆର ଶୁଭ୍ରାଂଶୁ ରଞ୍ଜନ ସାହୁ ଧାନରେ ୪ ଇଂଚ ଉଚ୍ଚତାର ଜଗନ୍ନାଥଙ୍କ ପାଇଁ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି ଓ ଜଗନ୍ନାଥଙ୍କୁ ବିଜେ କରାଇଛନ୍ତି। ଏଥିଲାଗି ତାଙ୍କୁ ୭ ଦିନ ସମୟ ଲାଗିଛି। ବିଗତ ବହୁ ବର୍ଷ ଧରି ଶୁଭ୍ରାଂଶୁ ବିଭିନ୍ନ ଅଦରକାରୀ ବସ୍ତୁରେ ରଥ ନିର୍ମାଣ କରି ସ୍ଥାନୀୟ ଅଂଚଳରେ ପ୍ରଶଂସିତ ହୋଇଛନ୍ତି। ସେ ଦିପ୍ତୀରଂଜନ ସାହୁଙ୍କ ପୁତ୍ର ଓ ସେ ଯୁକ୍ତ ୩ର ବିଦ୍ୟାର୍ଥୀ। ଜଗନ୍ନାଥଙ୍କ ପ୍ରତି ତା’ର ସମର୍ପଣ ଭାବ ପାଇଁ ସେ ସବୁବର୍ଷ ସେ ରଥ ପ୍ରସ୍ତୁତ କରିପାରୁଛି ବୋଲି ଜେଜେ ମା ସତ୍ୟଭାମା ସାହୁ ପ୍ରକାଶ କରିଛନ୍ତି। ଶୁଭ୍ରାଂଶୁ ସବୁବର୍ଷ ପୁରୀକୁ ରଥ ଯାତ୍ରାରେ ପରିବାର ସହ ଯାଇ ରାଥାରୁଢ଼ ମହାପ୍ରଭୁଙ୍କ ଦର୍ଶନ ତାଙ୍କ ଜୀବନର ଶ୍ରେଷ୍ଠ ଆନନ୍ଦ ବୋଲି ପରିପ୍ରକାଶ କରିଛନ୍ତି। ବହୁ ଜଗନ୍ନାଥ ପ୍ରେମୀ ଏହି ଧାନ ଦ୍ୱାରା ପ୍ରସ୍ତୁତ ରଥକୁ ଦର୍ଶନ ପାଇଁ ଆସି ପ୍ରଭୁକୃପା ଲାଭ କରୁଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ