ପାନୀୟଜଳ ପ୍ରକଳ୍ପ କାମରେ ସୁରକ୍ଷା ଅବହେଳା ଶ୍ରମିକଙ୍କ ଜୀବନ ସହ ଖେଳ
ବଲାଙ୍ଗିର, 20 ଜୁଲାଇ (ହି.ସ.) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଂଚାୟତ ଗୁରୁଣ୍ଡା ଗ୍ରାମରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଶ୍ରମିକ ଙ୍କ ସୁରକ୍ଷା କୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପାଣି ଟାଙ୍କିରେ ଶ୍ରମିକ ମା
ପାନୀୟଜଳ ପ୍ରକଳ୍ପ କାମରେ ସୁରକ୍ଷା ଅବହେଳା  ଶ୍ରମିକଙ୍କ ଜୀବନ ସହ ଖେଳ


ବଲାଙ୍ଗିର, 20 ଜୁଲାଇ (ହି.ସ.)

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଂଚାୟତ ଗୁରୁଣ୍ଡା ଗ୍ରାମରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଶ୍ରମିକ ଙ୍କ ସୁରକ୍ଷା କୁ ଅଣଦେଖା କରାଯାଉଥିବା ଅଭିଯୋଗ ଉଠିଛି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ପାଣି ଟାଙ୍କିରେ ଶ୍ରମିକ ମାନେ ବିନା ସୁରକ୍ଷା ବେଲ୍ଟ ଓ ହେଲମେଟ ରେ ପ୍ରାୟ ୨୦ ରୁ ୨୫ ଫୁଟ ଉଚ୍ଚତା ରେ କାମ କରୁଛନ୍ତି!ସୂଚନାନୁସାରେ ମୁରିବାହାଲ ଅଞ୍ଚଳ ର ସାତଟି ସ୍ଥାନରେ ପାନୀୟ ଜଳ ଯୋଗାଣ ପାଇଁ ପ୍ରାୟ ୬୪ କୋଟି ଟଙ୍କା ବ୍ୟୟରେ ଉଚ୍ଚକ୍ଷମତାସମ୍ପନ୍ନ ପାଣି ଟାଙ୍କି ନିର୍ମାଣ କାମ ଚାଲିଛି!ହେଲେ ଗୁରୁଣ୍ଡା ଗ୍ରାମରେ ଚାଲିଥିବା କାର୍ଯ୍ୟସ୍ଥଳରେ ସୁରକ୍ଷା ନିୟମ ର ଖୋଲାଖୋଲି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ ହେଉଛି!ଶ୍ରମିକ ଙ୍କ ନିକଟରେ ସୁରକ୍ଷା ବେଲ୍ଟ ଓ ହେଲମେଟ ନଥିବାରୁ ଯେ କୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି!ଏନେଇ କାମ କରାଯାଉଥିବା ମୁନସି ଙ୍କୁ ପଚାରିବାରୁ ସୁରକ୍ଷା ସାମଗ୍ରୀ ଖୁବଶୀଘ୍ର ଅଣାଯିବ ବୋଲି କହିଛନ୍ତି!ସେହିପରି ବିଭାଗୀୟ ଯନ୍ତ୍ରୀ ବିଶ୍ୱଜିତ ଜେନା କୁ ପଚାରିବାରୁ ସୁରକ୍ଷା ସାମଗ୍ରୀ ଉପଲବ୍ଧ ଅଛି ବୋଲି ସେମାନେ କହିଛନ୍ତି. ଘଟଣାସ୍ଥଳ କୁ ଯାଇ ଏହାର ଯାଞ୍ଚ କରିବେ ବୋଲି କହିଛନ୍ତି!ତେବେ ଶ୍ରମିକ ଙ୍କ ସୁରକ୍ଷା କୁ ଅଣଦେଖା କରି ଏଭଳି ବିପଦ ପୂର୍ଣ୍ଣ ସ୍ଥିତି ରେ କାମ କରାଯିବା ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି!

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande