
ଗଞ୍ଜାମ, ୨୧ ଜୁଲାଇ (ହି.ସ.)- ସୋମବାର ବିଳମ୍ବିତ ରାତିରେ ପିତଳ ଜଗନ୍ନାଥ ମନ୍ଦିରରେ ହେରାପଞ୍ଚମୀ ବିଧି ପାଳନ କରାଯାଇଛି। ମା ମହାଲକ୍ଷ୍ମୀ ମନ୍ଦିରରୁ ପଟୁଆରରେ ଆସି ରୁଷ୍ଟହୋଇ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ରଥକୁ ଭାଙ୍ଗିଦେଇ ମନ୍ଦିରକୁ ଫେରିଯାଇଥିଲେ। ବଜାର ଗୁଣ୍ଡିଚା ମନ୍ଦିର ରେ ପ୍ରଭୂ ଜଗନ୍ନାଥଙ୍କୁ ଚତୁର୍ଭୁଜ ନାରାୟଣ ବେଶରେ ସଜ୍ଜିତ କରାଯାଇଥିଲା । ଏହି ଵେଶ ଓ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ