ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୃଷକ ଦିବସ ପାଳିତ
କେନ୍ଦୁଝର, 20 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଶାଖା ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୃଷକ ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ହିତାଧିକାରୀ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅଗ୍ରଣୀ କୃଷକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। କୃଷକ ମାସ ଓ କୃଷକ ଦିବସ ପା
Kruska dibas


କେନ୍ଦୁଝର, 20 ଜୁଲାଇ (ହି.ସ.)

କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଶାଖା ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୃଷକ ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ହିତାଧିକାରୀ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅଗ୍ରଣୀ କୃଷକ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି। କୃଷକ ମାସ ଓ କୃଷକ ଦିବସ ପାଳନର ଉଦ୍ୟେଶ୍ୟ ସମ୍ପର୍କରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ କୃଷି କ୍ଷେତ୍ର ପାଇଁ ଥିବା ବିଭିନ୍ନ ଯୋଜନା ଯଥା ଏସ ଏଚ ଜି ଙ୍କୁ କୃଷି ଋଣ,ଗାଈ,କୁକୁଡ଼ା ଓ ମତ୍ସ୍ୟ ଚାଷ ପାଇଁ ଋଣ ଖାଦ୍ୟ ଓ କୃଷି ପ୍ରକ୍ରିୟା କରଣ ଶିଳ୍ପ ପାଇଁ ଋଣ, କୃଷି ଯନ୍ତ୍ରପାତି ପାଇଁ ଋଣ ଓ କୃଷକ କ୍ରେଡିଟ କାର୍ଡ ସମ୍ପର୍କରେ ଏଠାରେ ଶାଖା ପରିଚାଳିକା ସଂଘମିତ୍ରା ପ୍ରଧାନ ସୂଚନା ଦେଇଥିଲେ। ବ୍ୟାଙ୍କ ଅଧିକାରୀ ସନ୍ଦୀପ ମହାନ୍ତି, କର୍ମଚାରୀ ଭବାନୀ ଶଙ୍କର ମୁଖୀ ଓ ରାମଚନ୍ଦ୍ର ମୁଖୀ ପ୍ରମୁଖ କୃଷକ ଦିବସ ପାଳନ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande