କେନ୍ଦୁଝର ଜିଲ୍ଲା ଦିଶା ବୈଠକ: ସାଂସଦ ଅନନ୍ତ ନାୟକଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମୀକ୍ଷା
କେନ୍ଦୁଝର, ୧୫ ଜୁଲାଇ (ହି.ସ.) - ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଦିଶା କମିଟିର ଅଧ୍ୟକ୍ଷ ତଥା ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହ
Keonjhar


କେନ୍ଦୁଝର, ୧୫ ଜୁଲାଇ (ହି.ସ.) - ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ନିରୀକ୍ଷଣ କମିଟି (ଦିଶା)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି। ଦିଶା କମିଟିର ଅଧ୍ୟକ୍ଷ ତଥା ସାଂସଦ କେନ୍ଦୁଝର ଶ୍ରୀ ଅନନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ କେନ୍ଦ୍ରୀୟ ଓ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଛି।ବୈଠକରେ ଜିଲ୍ଲାପାଳ ଶ୍ରୀ ସିଂହ କେନ୍ଦୁଝର ଜିଲ୍ଲାରେ ଗ୍ରାମୀଣ ବିକାଶ, ମନେରେଗା, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ଏବଂ ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରମୁଖ ପ୍ରକଳ୍ପ, କାର୍ଯ୍ୟାନୁୟାନ ସମୀକ୍ଷା ଆଲୋଚନା କରାଯାଇଥିଲା। ବିକଶିତ ଭାରତ ଗ୍ୟାରେଂଟି ଫର୍ ରୋଜଗାର ଆଣ୍ଡ ଆଜୀବିକା ମିଶନ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ଜିଲ୍ଲା ପାଇଁ ଧାର୍ଯ୍ୟ ହୋଇଥିବା ଶ୍ରମ ଦିବସ ଲକ୍ଷ୍ୟ ହାସଲ ଦିଗରେ ଦ୍ରୁତ କାର୍ଯ୍ୟ ଜାରି ରହିଛି। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ମଞ୍ଜୁରପ୍ରାପ୍ତ ହିତାଧିକାରୀଙ୍କ ଗୃହ ନିର୍ମାଣ କାର?୍ୟ୍ୟ ସମାପ୍ତ କରିବା ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଏବଂ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ ବିଭିନ୍ନ ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଂଚିଛି। ଚାଷୀମାନଙ୍କର ଆର୍ôଥକ ଉନ୍ନତି ଓ ସହାୟତା ପାଇଁ ଜିଲ୍ଲାରେ ସଏଲ୍ ହେଲ୍ଥ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଆତ୍ମା , ପ୍ରଧାନମନ୍ତ୍ରୀ କିସାନ ଏବଂ ଇ-ନାମ୍ ଭଳି କୃଷିଭିତିକ ଯୋଜନାର ସଫଳ ରୂପାୟନ କରାଯାଉଛି। ଫସଲ ବୀମା ଓ ପ୍ରଧାନମନ୍ତ୍ରୀ କିସାନ ଯୋଜନା ମାଧ୍ୟମରେ ଜିଲ୍ଲାର ବହୁସଂଖ୍ୟକ ଚାଷୀ ସିଧାସଳଖ ଉପକୃତ ହୋଇପାରିଛନ୍ତି। ଗ୍ରାମ ପଂଚାୟତ ଉନ୍ନୟନ ଯୋଜନା, ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ ଏବଂ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଗ୍ରାମୀଣ ଭିତିଭୂମି ଓ ପରିମଳ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଛି। ଜଳ ଜୀବନ ମିଶନ ମାଧ୍ୟମରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ସହରାଂଚଳରେ ଜଳ ଯୋଗାଣ ଏବଂ ଜଳର ପୁନଃଚକ୍ରଣକୁ ବ୍ୟବସ୍ଥିତ କରିବା ପାଇଁ ଅମୃତ ୨.୦ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ) ଏବଂ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ସହରୀ ଗରିବ ଏବଂ ଉଠାଦୋକାନୀମାନଙ୍କୁ ଗୃହ ଓ ସହଜ ଋଣ ସହାୟତା ପ୍ରଦାନ କରାଯାଉଛି। ସମଗ୍ର ଶିକ୍ଷା ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ଶ୍ରେଣୀଗୃହ ଏବଂ ବାଳିକା ଶୌଚାଳୟ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ କାର୍ଯ୍ୟକୁ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଜିଲ୍ଲାର ସମସ୍ତ ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି। ଏହାସହ ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ବିଭିନ୍ନ ଗ୍ରାମ ପଂଚାୟତରେ ଜନସେବା କେନ୍ଦ୍ର ଗୁଡ଼ିକ ସଫଳତାର ସହ ଲୋକଙ୍କୁ ଡିଜିଟାଲ୍ ସେବା ଯୋଗାଇ ଦେଉଛନ୍ତି।

ଏହି ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷା ମମିତା ନାଏକ, ଜିଲ୍ଲାପାଳ ବିଶାଲ ସିଂହ, ଏବଂ କେନ୍ଦୁଝରଗଡ଼ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଅନୁବ୍ରତ ବେହେରା, ବିଧାୟକ ଚମ୍ପୁଆଙ୍କ ପ୍ରତିନିଧି ସଞ୍ଜୀବ କୁମାର ବେହେରା, ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ପ୍ରଶାସନିକ ସ୍ତରରେ କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ଧାମଧେରେ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡିଏମଏଫ ରୀନା ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗାଭୂଷଣ, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ସୁକାନ୍ତ ମାଝୀଙ୍କ ସମେତ ସମସ୍ତ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ସରପଂଚ, ଦିଶା କମିଟିର ସଦସ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande