
ଝାରସୁଗୁଡ଼ା, ୧୫ ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଓ ବାଗଡିହି ଫରେଷ୍ଟ ରେଞ୍ଜ ଅଂଚଳରେ ଏକ ବଡ ଦନ୍ତା ହାତୀ ଘୁରି ବୁଲୁଛି । ଗତ ସୋମବାର ଓ ମଙ୍ଗଳବାର ରାତିରେ ହାତୀଟି କୋଲାବିରା ବ୍ଲକ ର ଜାମମାଲ, କେଲେଣ୍ଡାମାଲ ଇତ୍ୟାଦି ଗ୍ରାମ ଅଂଚଳରେ ଦେଖା ଦେଇଥିଲା । କିଛି ଦିନ ପୂର୍ବେ ହାତୀଟି କୁଲୁପାଲି ଗ୍ରାମର ସୁରେନ୍ଦ୍ର ସାହୁ ଘର ବାଡ଼ି ରେ ପଶି ପନିପରିବା ଚାଷ ରେ କ୍ଷତି କରିଥିବା ଅଭିଯୋଗ ରହିଛି । ବୁଧୁବାର ଭୋର ରୁ ହାତୀଟି କିର୍ମିରା ବ୍ଲକ ପାନପାଲି ଅଂଚଳରେ ଦେଖା ଦେଇଥିଲା । ବିରାଟ ଦନ୍ତା ହାତୀ ବୁଲୁଥିବା ନେଇ ଖବର ପ୍ରଚାରିତ ହେବା ପରେ ଅଂଚଳବାସୀ ଆତଙ୍କିତ ଥିବା ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ