
ସମ୍ବଲପୁର, ୧୫, ଜୁଲାଇ (ହି.ସ.) ଅବକାରୀ ବିଭାଗର ଉତ୍ତରାଞ୍ଚଳ ଇଆଇ ୟୁନିଟ ପକ୍ଷରୁ ନାକାବନ୍ଦୀ ସମୟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଆଜି ଭୋର ରେ ବିଭାଗୀୟ ଏସଆଇ ବନମାଳୀ ରଣାଙ୍କ ନେତୃତ୍ୱରେ ସ୍ଥାନୀୟ ଅଇଁଠାପାଲି ଥାନା ଅନ୍ତର୍ଗତ ସିଂହପାଲି ରାସ୍ତାରେ ଗାଡି ମୋଟର ଯାଞ୍ଚ କରାଯାଉଥିଲା। ଏହି ସମୟରେ ସହର ପଟୁ ଆସୁଥିବା ଏକ ମିନି ଟ୍ରକ (ୟୁପି ୬୫ ଆରଟି ୬୨୯୩) କୁ ତଳାସୀ କରାଯାଇଥିଲା। ଏଥିରୁ ଟ୍ରକ ରୁ ଗୁପ୍ତ ଭାବରେ ରଖଯାଇଥିବା ୧୭୦ କିଲୋଗ୍ରାମ ୫ ଗ୍ରାମ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଧରାପଡ଼ିଥିବା ଅଭିଯୁକ୍ତ ମାନେ ହେଲେ ଉତ୍ତର ପ୍ରଦେଶ ବନାରସ ଜିଲ୍କାର ରାହୁଲ ସିଂହ(୩୦) ଏବଂ ଧନଂଜୟ ଜୟଶ୍ୱାଳ(୪୧)। ଏମାନଙ୍କ ଠାରୁ ନଗଦ ୩ ହଜାର ଟଙ୍କା, ଚାରୋଟି ମୋବାଇଲ ଫୋନ ମଧ୍ୟ ଉଦ୍ଧାର କରାଯାଇଥିବା ପ୍ରକାଶ। ଅବକାରୀ ୟୁନିଟ ର କେଶ ସଂଖ୍ୟା ୩୯୯ ଉପରେ ୨୫ ଏନଡ଼ିପିଏସ ଓ ଅନ୍ୟ ଧାରା ବଳରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଥିବା ୟୁନିଟ ସୂତ୍ରରୁ ଜଣାପଡିଛି। ତେବେ ଏହି ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ଚାଲାଣ ହେଉଥିଲା। ଉଭୟ ଅଭିଯୁକ୍ତ ଙ୍କୁ ଅଦାଲତ କୁ ଫରୱାର୍ଡ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ