ରାମପୁରରେ ନିଶା ନିବାରଣ ଶୋଭାଯାତ୍ରା
ଭଦ୍ରକ, ୧୫ ଜୁଲାଇ (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ରାମପୁର ପଂଚାୟତରେ ନିଶାନିବାରଣ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସୁସ୍ଥ ଓ ଆଦର୍ଶ ପଂଚାୟତ ଗଠନ କରିବାକୁ ହେଲେ ଆମ ସମସ୍ତଙ୍କୁ ନିଶା ଠାରୁ ଦୂରେଇ ରହିବା ନେଇ ଯତ୍ନବାନ ହେବାକୁ ସ୍ଥାନୀୟ ସରପଂଚ ଗିରିଧାରୀ ସାହୁ କହିଥିଲେ ସଭାରେ କେନ୍ଦୁଆପଦା
RAMPUR NISA NIABARANA SOVAYATRA


ଭଦ୍ରକ, ୧୫ ଜୁଲାଇ (ହି.ସ.) - ଏହି ଜିଲାର ବନ୍ତ ବ୍ଲକ ରାମପୁର ପଂଚାୟତରେ ନିଶାନିବାରଣ ନେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସୁସ୍ଥ ଓ ଆଦର୍ଶ ପଂଚାୟତ ଗଠନ କରିବାକୁ ହେଲେ ଆମ ସମସ୍ତଙ୍କୁ ନିଶା ଠାରୁ ଦୂରେଇ ରହିବା ନେଇ ଯତ୍ନବାନ ହେବାକୁ ସ୍ଥାନୀୟ ସରପଂଚ ଗିରିଧାରୀ ସାହୁ କହିଥିଲେ ସଭାରେ କେନ୍ଦୁଆପଦା ଫାଣ୍ଡି ଅଧିକାରୀ ଅଭିମନ୍ୟୁ ଦାସ,ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟା ଉନ୍ନତିବାଳା ଦାସ,ମିନତି ତିଆଡି,ପ୍ରତାପ ବେହୁରୀଆ,ଲୋପାମୁଦ୍ରା ମହାସଂଘର ସଭାନେତ୍ରୀ ଭାରତୀ ପତି ପ୍ରମୁଖ ଯୋଗଦେଇ ନିଶା ଠାରୁ ଦୂରରେ ରହିବା ଓ ଏହା କେତେଯେ କ୍ଷତି କାରକ ସେ ନେଇ ଆଲୋକପାତ କରିଥିଲେ। ଏହି ଅବସରରେ ପଂଚାୟତ କାର୍ଯ୍ୟାଳୟ ଠାରୁ ଶତାଧିକ ମହିଳା ପୁରୁଷ ବ୍ୟାନର ଓ ପ୍ଲାକାର୍ଡ ଧରି ସଚେତନତାର ବାର୍ତା ଦେଇ ବାଲୁୁଅ ଗ୍ରାମ ପରିକ୍ରମା କରିଥିଲେ। ପଂଚାୟତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ନେଇ ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନିଲ କୁମାର ସେଠୀ,ଦୀଲ୍ଲିପ ବିଶ୍ୱାଳ,ସିପୁନ ଭୂୟାଁ ପ୍ରମୁଖ ସହଯୋଗ କରୁଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande