ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ, ରାଣୀତାଲରେ ନାଳ ନିଷ୍କାସନ ଜାରି
ଭଦ୍ରକ, ୧୫ ଜୁଲାଇ (ହି.ସ.) - ଗତ ଦୁଇ ଦିନ ଧରି ଚାଲିଥିବା ଲଗାଣ ବର୍ଷା ଫଳରେ ରାଣୀତାଲ ବଜାର ଜଳମଗ୍ନ ହୋଇଥିଲା। ଯାହାକୁ ନେଇ ଗତକାଲି ସମ୍ବାଦରେ ପ୍ରକାଶ ପରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନିର୍ଦେଶ ପରେ ଆଜି ସନ୍ଧ୍ୟାରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଭଦ୍ରକ ମୁଖ୍ୟ ଜିଲ୍ଲା
RANITAL RE NALA NISKASAN


ଭଦ୍ରକ, ୧୫ ଜୁଲାଇ (ହି.ସ.) - ଗତ ଦୁଇ ଦିନ ଧରି ଚାଲିଥିବା ଲଗାଣ ବର୍ଷା ଫଳରେ ରାଣୀତାଲ ବଜାର ଜଳମଗ୍ନ ହୋଇଥିଲା। ଯାହାକୁ ନେଇ ଗତକାଲି ସମ୍ବାଦରେ ପ୍ରକାଶ ପରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ନିର୍ଦେଶ ପରେ ଆଜି ସନ୍ଧ୍ୟାରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଭଦ୍ରକ ମୁଖ୍ୟ ଜିଲ୍ଲା ଉନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ,ଭଦ୍ରକ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମି ରଞ୍ଜନ ମଲ୍ଲିକ, ଆର ଆଇ ଗୁରୁବାରୀ ହେମ୍ରମ, ସହ ଆରଇ ମମତା ମଲ୍ଲିକ,ଉପସ୍ଥିତ ରହି ଡୋଜର ମେସିନ ଦ୍ୱାରା ନାଳ ତଡା ଯାଇ ପାଣି ନିଷ୍କାସନର ବ୍ୟବସ୍ଥା କରାଯାଇଛି। ଯାହା ଦ୍ୱାରା ଜଗଦଳପୁର ଏହି ବଜାର ଦେଇ ଆସୁଥିବା ପାଣି ଶୀଘ୍ର ନିଷ୍କାସନ ହେବାର ସହାୟକ ହେବ। ଅନ୍ୟ ପଟେ ରାହାଞ୍ଜ ଛକରେ ଅଂଟାଏରୁ ଅଧିକ ପାଣି ହୋଇ ଥିବା ପଳରେ ଅନେକ ଗାଡି ଖରାପ ହେଇଥିବା ଦେଖିବାକୁ ମିଳିଥିଲା। ଏଠାରେ ସ୍ମରଣଯୋଗ୍ୟ ରାହାଞ୍ଜ ଛକର ଗଳାପୋଲ ଜମି ଲେବଲ ହୋଇ ଥିବାରୁ ରେଲୱେ ଲାଇନ ଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ପ୍ରାୟ ୫୦୦ ଏକର ଜମିର ପାଣି ଏହି ଗଳା ପୋଲ ଦେଇ ନିଷ୍କାସନ ହେଉଛି। ଏହାର ସମାଧାନ କେବଳ ରାସ୍ତା ଉଚ୍ଚା ହେବା ଦରକାର ବୋଲି ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି। ଭଦ୍ରକ ବିଧାୟକ ଓ ଜିଲ୍ଲା ପ୍ରଶାସନର ଆଜି ଏହି ତୁରିତ କାର୍ଯ୍ୟ ପାଇଁ ଜଗଦଳପୁରର ସରପଂଚ ତିଳୋତମା ମହାପାତ୍ର, ରାହାଞ୍ଜ ସରପଞ୍ଚ ରାଜେନ୍ଦ୍ର ଦାଶ, ଜଗଦଳପୁର ପୂର୍ବତନ ସରପଂଚ ବିଜୟ ମହାପାତ୍ର, ସମାଜସେବୀ ଭାଗିରଥି ନାୟକ, ବଜାର କମିଟି ସଭାପତି ସୁକାନ୍ତ ସାହୁ ସାଧୁବାଦ ଜଣାଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande