ରେଙ୍ଗାଲିରେ ନକଲି କଫ୍ ସିରପ ଓ ଓଏସ୍ ମଦ କାରବାର ଠାବ, ଦୁଇ ଗିରଫ
ରେଙ୍ଗାଲିରେ ନକଲି କଫ୍ ସିରପ ଓ ଓଏସ୍ ମଦ କାରବାର ଠାବ, ଦୁଇ ଗିରଫ
ରେଙ୍ଗାଲିରେ ନକଲି କଫ୍ ସିରପ ଓ ଓଏସ୍ ମଦ କାରବାର ଠାବ, ଦୁଇ ଗିରଫ


ରେଙ୍ଗାଲିରେ ନକଲି କଫ୍ ସିରପ ଓ ଓଏସ୍ ମଦ କାରବାର ଠାବ, ଦୁଇ ଗିରଫ


ସମ୍ବଲପୁର, ୧୫, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସଲାଡ଼ ବାଇପାସ ଛକ ନିକଟରେ ନକଲି କଫ୍ ସିରପ୍ ଓ ଓଏସ୍ ମଦ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏନେଇ ରେଙ୍ଗାଲି ଥାନା କେସ୍ ନଂ–୧୪୯, ତାରିଖ ୧୪.୦୭.୨୦୨୬ ରେ ବିଏନଏସ୍ର ଧାରା ୨୭୬/୨୭୭(୩)(୫) ଏବଂ ଓଡ଼ିଶା ଏକ୍ସାଇଜ୍ ଆକ୍ଟ–୨୦୦୮ର ଧାରା ୫୨(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି।

ଗିରଫ ଅଭିଯୁକ୍ତମାନେ ହେଲେ ସଲାଡ଼ ଗ୍ରାମର ଗୁଲସନ କୁମ୍ଭାର (୨୫) ଏବଂ କତରବଗା ଅଞ୍ଚଳର ହରଜିତ ସାହୁ (୧୯)।

ପୋଲିସ ସୂଚନା ଅନୁଯାୟୀ, ୧୪ ଜୁଲାଇ ଅପରାହ୍ନରେ ରେଙ୍ଗାଲି ଥାନାର ଏଏସଆଇ ଜୟନ୍ତ କୁମାର ସେଠ ପାଟ୍ରୋଲିଂ କରୁଥିବା ବେଳେ ସଲାଡ଼ ଛକ ନିକଟରେ ଦୁଇ ଜଣ ବ୍ୟକ୍ତି ନକଲି କଫ୍ ସିରପ ଓ ଓଏସ୍ ମଦ ବିକ୍ରି କରୁଥିବା ନେଇ ବିଶ୍ୱସ୍ତ ସୂଚନା ପାଇଥିଲେ। ଏହାପରେ ଦୁଇ ଜଣ ସ୍ଥାନୀୟ ସାକ୍ଷୀଙ୍କୁ ସାଙ୍ଗରେ ନେଇ ପୋଲିସ ଚଢ଼ାଉ କରି ଉଭୟଙ୍କୁ କାବୁ କରିଥିଲା।

ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ୩୩ଟି ସିଲ୍ ହୋଇଥିବା ୱିନସେରେକ୍ସ (WINCEREX) କଫ୍ ସିରପ ବୋତଲ, ୩ଟି ଖୋଲା କଫ୍ ସିରପ ବୋତଲ, ପ୍ରାୟ ୫୦୦ ମିଲି ଭେଜାଲ କଫ୍ ସିରପ, ୨ ଷ୍ଟ୍ରିପ୍ ନାଇଟ୍ରୋସମ୍ ୧୦ ମି.ଗ୍ରା. ଟାବଲେଟ୍, ୨୦୦ ମିଲି ଲେଖାଏଁ ୧୫ଟି ଓଏସ୍ ମଦ ପାଉଚ୍, ଏକ ହୋଣ୍ଡା ଗ୍ରାଜିଆ ସ୍କୁଟି (ନଂ–OD 15 R 8014), ନଗଦ ୧୪,୩୮୦ ଟଙ୍କା ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।

ତଦନ୍ତ ପରେ ୧୫ ଜୁଲାଇ ସକାଳ ୯ଟା ୩୦ ମିନିଟ୍ରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande