ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ


ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ


ସମ୍ବଲପୁର,୧୫ ଜୁଲାଇ (ହି.ସ.)

ଆଗକୁ ଆସୁଛି ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ର ପୁରୋଧା ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଙ୍କର ଜନ୍ମ ଦିନ ଅଗଷ୍ଟ ଏକ ତାରିଖ ସମ୍ବଲପୁରୀ ଦିନ । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଞ୍ଚଳ ର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଶ୍ଚିମଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ରାଜ୍ୟ ବ୍ୟାପି ବିଭିନ୍ନ ସ୍ଥାନ ରେ ସମ୍ବଲପୁରୀ ଦିନ ପାଳନ କରାଯାଉଛି । ମଞ୍ଚ ପକ୍ଷରୁ ସମ୍ବଲପୁର ଜେଲ ଛକ ନିକଟରେ ଥିବା ଗୁରୁଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ରେ ୧୪ତମ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ ପାଳନ କରାଯିବ ।

ଏହି ମର୍ମ ରେ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ଆଜି ଭୁବନେଶ୍ୱର ରେ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ନିମନ୍ତ୍ରଣ କରାଯାଇଛି ।

ନିମନ୍ତ୍ରଣ ପତ୍ର ସହିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଏଜ ଅନୁରୋଧ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସମ୍ବଲପୁରୀ ଦିନ ଅଗଷ୍ଟ ଏକ ତାରିଖକୁ ସରକାରୀ କେଲେଣ୍ଡର ରେ ସ୍ଥାନିତ କରିବା ସହ ସମ୍ବଲପୁରୀ ର ପ୍ରଚାର ପ୍ରସାର ପାଇଁ ସମ୍ବଲପୁର ଜେଲ ଛକ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା କୁ ବିକଶିତ କରିବା ପାଇଁ ଉଲ୍ଲେଖ କରାଯାଇଛି ।

ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଅସ୍ମିତା ର ପ୍ରତିକ ଭାବରେ ସମଗ୍ର ରାଜ୍ୟରେ ସମ୍ମାନ ପାଉଛନ୍ତି । କିନ୍ତୁ, ସମ୍ବଲପୁର କମଲିବଜାର ସ୍ଥିତ ତାଙ୍କର ବାସଭବନ ନିକଅପା କୁଟୀର ବର୍ତ୍ତମାନ ପର୍ଯ୍ୟନ୍ତ ଅବହେଳିତ ଅବସ୍ଥାରେ ରହିଛି । ଏହାକୁ ସ୍ମୃତି ଭବନ ଭାବରେ ବିକଶିତ କରିବା ପାଇଁ ଆଲୋଚନା କରାଯାଇଥିଲା ।

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଉପଦେଷ୍ଟା ନାଉରୀ ନାୟକ, ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ସଙ୍ଗଠନ ସଂଯୋଜକ ସୁବୋଧ କୁମାର ଦୋରା, ଭୁବନେଶ୍ୱର ସଂଯୋଜକ କିଶୋର କୁମ୍ଭାର, ଆବାହକ ଭବାନୀଶ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande