ପିଏମ . ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧ ରେ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ମାଲକାନଗିରି , ୧୬ ଜୁଲାଇ (ହି.ସ.) - ପବିତ୍ର ରଥଯାତ୍ରା ଅବସରେ ଜାତୀୟ ବନମହୋତ୍ସବ ଉପଲକ୍ଷେ ପି.ଏମ୍. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧ ମାଲକାନଗିରି ରେ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ରୂପେ ଖଣ୍ଡିୟ ବନ ଅଧୁକାରୀ (ଡି.ଏଫ୍. ଓ) ଏସ, ସାଇ କିରଣ, ଯୋଗଦେ
ପିଏମ . ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧  ରେ ଗୋଟିଏ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ


ମାଲକାନଗିରି , ୧୬ ଜୁଲାଇ (ହି.ସ.) - ପବିତ୍ର ରଥଯାତ୍ରା ଅବସରେ ଜାତୀୟ ବନମହୋତ୍ସବ ଉପଲକ୍ଷେ ପି.ଏମ୍. ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ-୧ ମାଲକାନଗିରି ରେ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ରୂପେ ଖଣ୍ଡିୟ ବନ ଅଧୁକାରୀ (ଡି.ଏଫ୍. ଓ) ଏସ, ସାଇ କିରଣ, ଯୋଗଦେଇ ପିଲାମାନଙ୍କ ମଧ୍ୟରେ ବୃକ୍ଷରୋପଣ ର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ରୂପେଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନୀୟ ଅତିଥ୍ ରୂପେ ଜିଲ୍ଲା ଉନ୍ନୟନ ଅଧିକାରୀ ଦଶରଥ ସଭାବୁ, ଏବଂ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡକ୍ଟର ରଞ୍ଜନ କୁମାର ପାଇଁ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନେ ସ୍ୱତନ୍ତ୍ର ପ୍ୟାରେଡ୍ ସହ ଅତିଥ୍ ମାନଙ୍କୁ ବିଦ୍ୟାଳୟ ପରିସର ରୁ ବୃକ୍ଷ ରୋପଣ କ୍ଷେତ୍ର ପର୍ଯ୍ୟନ୍ତ ନେଇଯାଇଥିଲେ। ପ୍ରଥମେ ପିଲାମାନେ ଗଛ ନ କାଟିବା ପାଇଁ ଶପଥ ପାଠ କରିଥିଲେ ତା ସହ ସମସ୍ତେ ହାତରେ ବୃକ୍ଷ ର ଚାରା ନେଇ 'ଏକ୍ ପେଡ଼ ମା କେ ନାମ ' ନାରା ଲଗାଇ ନିଜର ଉତ୍ସାହକୁ ଦେଖାଇଥିଲେ। ପ୍ରଥମେ ସମସ୍ତ ଅତିଥ୍ ବୃକ୍ଷ ରୋପଣ କରିଥିଲେ। ତା ପରେ ୧୦୦ ରୁ ଉର୍ଦୁ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବୃକ୍ଷ ରୋପଣ କରିଥିଲେ। ବିଦ୍ୟାଳୟର ଅଧକ୍ଷ ଶ୍ରୀନିବାସ ରାଓ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିବା ସହିତ ଅତିଥୁ ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ। ଜୀବବିଜ୍ଞାନ ଅଧ୍ୟାପକ ଅନୁରାଗ ସେନ୍ ଗୁପ୍ତା ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ସ୍ୱାଗତିକା ଦାଶ ଓ ଓଡ଼ିଆ ଶିକ୍ଷୟିତ୍ରୀ ଜାଜନିକା ଜେନା କାର୍ଯ୍ୟକ୍ରମ ଟିର ଆୟୋଜନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande