ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ
ମାଲକାନଗିରି, ୧୬ ଜୁଲାଇ (ହି.ସ.) କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ମାରିବାଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏମ. ପି. ଭି. ୧୮(ବି )ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ମା'' ପାଇଁ ଗଛଟିଏ ''କାର୍ଯ୍ୟକ୍ରମ ତଥା ବନ ମହୋତ୍ସବ, ବନ ବିଭାଗ, କାଲିମେଳା ଓ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ଆନୁକୂଲ୍ୟରେ ଅନ
ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ


ମାଲକାନଗିରି, ୧୬ ଜୁଲାଇ (ହି.ସ.)

କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ମାରିବାଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଏମ. ପି. ଭି. ୧୮(ବି )ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ମା' ପାଇଁ ଗଛଟିଏ 'କାର୍ଯ୍ୟକ୍ରମ ତଥା ବନ ମହୋତ୍ସବ, ବନ ବିଭାଗ, କାଲିମେଳା ଓ ବିଦ୍ୟାଳୟ ପରିଚାଳନା କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କାଲିମେଳା ବନବିଭାଗ ରେଞ୍ଜ ଅଧିକାରୀ ବିଜୟ କୁମାର ନାୟକ ମୁଖ୍ୟ ଅତିଥି, ଡଃ. ରଞ୍ଜନ କୁମାର ସ୍ୱାଇଁ, ଅଧ୍ୟାପକ ବାଣିଜ୍ୟ ବିଭାଗ, ମୁଖ୍ୟ ବକ୍ତା, ଅରୁଣ ରାୟ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, କୋରକୁଣ୍ଡା ଓ ଫରେଷ୍ଟର କାଲିମେଳା ଶ୍ରଦ୍ଧାଞ୍ଜଳୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ମଞ୍ଚାସୀନ ଅତିଥି ଗଣ ଉପସ୍ଥିତ ଛାତ୍ର ଛାତ୍ରୀ, ଗ୍ରାମବାସୀ, ମହିଳା ମାନଙ୍କୁ ବୃକ୍ଷ ରୋପଣର ଉପକାରିତା ସମ୍ବନ୍ଧରେ ସଚେତନ କରାଇଥିଲେ l ବନବିଭାଗ ତରଫରୁ ବିଦ୍ୟାଳୟ ପରିସରରେ ୫୦ରୁ ଉର୍ଦ୍ଧ୍ୱ ଆମ୍ବ, ପଣସ, ଦେବଦାରୁ, ବଉଳ, ଛଇତନା, କଦମ୍ବ ପ୍ରଭୃତି ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା l

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାବିତ୍ରୀ ବିଶ୍ୱାସ,ୱାର୍ଡ ମେମ୍ବର ପୁତୁଲ ବିଶ୍ୱାସ, ବିଦ୍ୟାଳୟ ସହକାରୀ ଶିକ୍ଷକ ରାମା ପୂଜାରୀ, ଏମ.ଭି. ୨୫ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ରୀନା ମଣ୍ଡଳ, ସହକାରୀ ଶିକ୍ଷୟିତ୍ରୀ ସଂଗୀତା ନାୟକ, ଏମ.ଭି-୨୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେଶ ପଟ୍ଟନାୟକ, ନାମେଲଗୁଡ଼ା ଶିକ୍ଷକ ସୁଶାନ୍ତ ଦଲିଆ, କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ବିଦ୍ୟାଳୟ ପରିସରରେ ଗୋଟିଏ ଗୋଟିଏ ଚାରା ରୋପଣ କରିଥିଲେ l ବିଦ୍ୟାଳୟର ଛାତ୍ର ଛାତ୍ରୀ, ମାଆମାନେ ନିଜ ନିଜ ନାମରେ ଗୋଟିଏ ଗୋଟିଏ ଚାରା ରୋପଣ କରି ତାହାର ଯତ୍ନ ନେବାପାଇଁ ଶପଥ ନେଇଥିଲେ l ପରିଶେଷରେ ମାରିୱାଡ଼ା ସି.ଆର.ସି.ସି. ଉତ୍ତମ ସମଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମ ସମାପ୍ତ ଘୋଷଣା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande