ଆଗରପଡ଼ାରେ ବଡ ଠାକୁରଙ୍କ ଘୋଷଯାତ୍ରା
ଭଦ୍ରକ, ୧୬ ଜୁଲାଇ (ହି.ସ.) - ଏହି ଜିଲାର ଆଗରପଡ଼ା ଥାନା ଅନ୍ତର୍ଗତ ଆଗରପଡ଼ାରେ ଆଜି ଜଗତର ନାଥ ଜଗନ୍ନାଥଙ୍କର ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଆଗରପଡ଼ା ରଥଯାତ୍ରା ଏଥର ମଧ୍ୟ ମହାଆଡମ୍ବରରେ ସମାପନ ହୋଇଛି । ପ୍ରତିକୂଳ ପାଗ ଥିବା ସତ୍ୱେ ପ
AGARPADA BADA THAKURA GOSHAYATRA


ଭଦ୍ରକ, ୧୬ ଜୁଲାଇ (ହି.ସ.) - ଏହି ଜିଲାର ଆଗରପଡ଼ା ଥାନା ଅନ୍ତର୍ଗତ ଆଗରପଡ଼ାରେ ଆଜି ଜଗତର ନାଥ ଜଗନ୍ନାଥଙ୍କର ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ନିରବଛିନ୍ନ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଆଗରପଡ଼ା ରଥଯାତ୍ରା ଏଥର ମଧ୍ୟ ମହାଆଡମ୍ବରରେ ସମାପନ ହୋଇଛି । ପ୍ରତିକୂଳ ପାଗ ଥିବା ସତ୍ୱେ ପ୍ରବଳ ବର୍ଷାରେ ମଧ୍ୟ ଭକ୍ତ ଗଣ ଓଦାହୋଇ ମହାପ୍ରଭୁଙ୍କ ରଥ ଯାତ୍ରାରେ ସାମିଲ ହୋଇଥିଲେ। ଜୟ ଜଗନ୍ନାଥ, ହରିବୋଲ ,ହୁଳହୁଳି ଧୂନୀ ସହିତ ଭଜନ, କୀର୍ତନ ଓ ଡାହୁକ ଡାକ ଗଗନ, ପବନ ପ୍ରକମ୍ପିତ ହୋଇଥିଲା । ପ୍ରତ୍ୟୁଷରୁ ଶ୍ରୀମନ୍ଦିରରେ ବିଶେଷ ପୂଜାର୍ଚ୍ଚନା ଶ୍ରୀଜୀଉ ମାନଙ୍କର ହୋଇଥିଲା । ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ଠାକୁର ରାଜା ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତ ମୋହନ ସିଂହ ରୂପା ଖଡ଼ିକାରେ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା ଏବଂ ଜଗତର ନାଥ ଜଗନ୍ନାଥ ନିଜର ବଡ଼ଭାଇ ବଳଭଦ୍ର ଏବଂ ଭଗିନୀ ଶୁଭଦ୍ରାଙ୍କୁ ସାଙ୍ଗରେ ଧରି ସନ୍ଧ୍ୟା ୬ଘଟିକା ସମୟରେ ମାଉସୀମା ମନ୍ଦିରରେ ପହଁଚି ଭକ୍ତ ମାନଙ୍କୁ ଦର୍ଶନ ଦେବା ସହ ରଥରେ ଦୀର୍ଘ ସମୟ ବିଜେ କରି ଭକ୍ତ ମାନଙ୍କ ପୂଜାର୍ଚ୍ଚନା ସ୍ୱୀକାର କରିବା ପରେ ମାଉସୀମା ମନ୍ଦିରକୁ ବିଜେ କରିଥିଲେ । ଥାନାଧିକାରୀ ରାଜେଶ ସେଠୀ ପୋଲିସ ଫୋର୍ସ ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଭୁବନେଶ୍ୱର ଲାୟନ୍ସ କ୍ଲବ ପକ୍ଷରୁ ସଭାପତି ପ୍ରଭାତୀ ଏମ ସିହ୍ନାଙ୍କ ନେତୃତ୍ୱରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande