
ଜୟପୁର, ୧୬ ଜୁଲାଇ(ହି.ସ.) – ପବିତ୍ର ରଥ ଯାତ୍ରା ଉପଲକ୍ଷେ ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଜୟପୁର ଠାରେ ପୁର୍ବ ଛାତ୍ରସଂଘ ଏବଂ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ଦାରୁଦେବତା ଚିତ୍ରକଳା କର୍ମଶାଳା ଆରମ୍ଭ ହୋଇଛି। ଏହି କର୍ମଶାଳାକୁ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି କର୍ମଶାଳାରେ ୩୫ ଜଣ ଭାଗ ନେଇଥିଲେ। ପରବର୍ତୀ ସମୟରେ ତାହା ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। ଉଦ୍ଘାଟନ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ମଲ୍ଲିକ ଉପସ୍ଥିତ ଥିଲେ। ପୁର୍ବ ଛାତ୍ର ଶ୍ରୀକାନ୍ତ ବାରିକ, ପଦ୍ମଚରଣ ଚୈଧୁରୀ, ଶ୍ରୀନିବାସ, ଦିପକ ଦାସ, ଦେବେନ୍ଦ୍ର ପଟ୍ଟନାୟକ, ଲୋକନାଥ ବେହେରା ପ୍ରମୁଖ ପରିଚାଳନା କରିଥିଲେ। ବିଦ୍ୟାଳୟର କର୍ମଚାରି କେ. ସିନିଲ କୁମାର, ସୁରେନ୍ଦ୍ର ବାଘ ସହଯୋଗ କରିଥିଲେ। ଏହି ଶିବିର ୩ ଦିନ ଧରି ଚାଲୁ ରହିବ ଓ ତାହା ପ୍ରଦର୍ଶିତ ହେବ ବୋଲି ଜଣାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି