ଭୁବନ ଭିତରଦିଗ ପଟଣା ଉ ପ୍ରା ବିଦ୍ୟାଳୟ ପରିଚାଳନା କମିଟି ଗଠିତ ସଭାପତି ଅନାମ, ଉପ ସଭାପତି ରଶ୍ମିତା
ଭୁବନ, ୧୬ ଜୁଲାଇ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦର ୧୮୬୮ ମସିହାରେ ପ୍ରତିଷ୍ଠିତ ପ୍ରଥମ ବିଦ୍ୟାଳୟ ଭିତରଦିଗ ପଟଣା ଉପ୍ରା ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି। ସଭାପତି ଭାବେ ଅନାମ ସାହୁ ଏବଂ ଉପ ସଭାପତି ଭାବେ ରଶ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି। ପ
ରଶ୍ମିତା ସାହୁ


ଅନାମ ସାହୁ


ଭୁବନ, ୧୬ ଜୁଲାଇ (ହି.ସ.) - ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦର ୧୮୬୮ ମସିହାରେ ପ୍ରତିଷ୍ଠିତ ପ୍ରଥମ ବିଦ୍ୟାଳୟ ଭିତରଦିଗ ପଟଣା ଉପ୍ରା ବିଦ୍ୟାଳୟରେ ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି। ସଭାପତି ଭାବେ ଅନାମ ସାହୁ ଏବଂ ଉପ ସଭାପତି ଭାବେ ରଶ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି। ପ୍ରଧାନ ଶିକ୍ଷକ ବିଷ୍ଣୁପ୍ରିୟା ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ନିର୍ବାଚନରେ କାଉନସିଲର ସୁଶାନ୍ତ ନାୟକ,ଶିକ୍ଷକ ଶଙ୍କର ପ୍ରସାଦ ମିଶ୍ର,ଅସିତ୍ କୁମାର ଦାଶ,ଶିକ୍ଷୟିତ୍ରୀ କବିତା ପୃଷ୍ଟି,ମାମିନା ବେହେରା, ରୋଶନୀ ପ୍ରଧାନ ,ଅଙ୍ଗନୱାଡି କର୍ମୀ ରଞ୍ଜିତା ଚୌଧୁରୀ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୀତାଞ୍ଜଳି ସାହୁ,ବନ୍ଦନା ବେହେରା, ମାମା ଗୁରୁ,ସନ୍ତୋଷୀ ନାୟକ,ସୁକାନ୍ତି ସାହୁ, ସବିତା ମଲିକ, ଲକ୍ଷ୍ମୀବାଳା ଦାସ, ଶରତ ନାୟକ, ଅର୍ଜୁନ ଦାସ, ହୃଷିକେଶ ବେହେରା, ବିଶ୍ୱନାଥ ନାୟକ,କୈଳାସ ମଲିକ, ଶୁକୁଟା ପୃଷ୍ଟି ଙ୍କୁ ସଭ୍ୟ, ସଭ୍ୟା ଭାବେ ଚୟନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande