ବେଆଇନ ବ୍ରାଉନ୍ ସୁଗର କାରବାରରେ ବାପ,ପୁଅ ଗିରଫ
ବେଆଇନ ବ୍ରାଉନ୍ ସୁଗର କାରବାରରେ ବାପ,ପୁଅ ଗିରଫ
ବେଆଇନ ବ୍ରାଉନ୍ ସୁଗର କାରବାରରେ ବାପ,ପୁଅ ଗିରଫ


ବେଆଇନ ବ୍ରାଉନ୍ ସୁଗର କାରବାରରେ ବାପ,ପୁଅ ଗିରଫ


ସମ୍ବଲପୁର, ୧୬, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନା ପୋଲିସକୁ ବେଆଇନ ବ୍ରାଉନ୍ ସୁଗାର କାରବାର ବିରୋଧରେ ମିଳିଛି ବିଶେଷ ସଫଳତା । ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଠେଲକୋଲୋଇ ଥାନାରେ ୩୩୮/୨୬ରେ ହୋଇଥିବା ଏନଡିପିଏସ୍ ମାମଲାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ଚିହ୍ନଟରେ ରେଙ୍ଗାଲି ଥାନା ଅନ୍ତର୍ଗତ ସିଆନବାହାଲ ଗ୍ରାମର ୪୧ ବର୍ଷିୟ ଶଙ୍କର ଓରାମ ଏବଂ ତା'ର ୧୯ ବର୍ଷିୟ ପୁଅ ସ୍ୱାଧୀନ ଓରାମ ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁଯାୟୀ, ଗତ ଜୁଲାଇ ୧୫ ତାରିଖ ରାତି ୧୦ ଟା ବେଳେ ଠେଲକୋଲୋଇ ଥାନାର ଏସ୍ଆଇ ପି ଏମ୍ ମହାନ୍ତି ଓ ସହ କର୍ମଚାରୀମାନେ ଖିଣ୍ଡା ସ୍ଥିତ ପିଡବ୍ଲ୍ୟୁଡି ରୋଡ଼ର ସାତଗୋଛିଆ ଛକ ନିକଟରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ନିୟନ୍ତ୍ରଣ ହରା ଓ ସନ୍ଦେହଜନକ ଭାବେ ଯାଉଥିବା ସ୍କୁଟିକୁ ଅଟକାଇ ଯାଂଚ କରିଥିଲେ। ଯାଂଚ୍ ସମୟରେ ସ୍କୁଟି ଡିକିରେ ୧୦.୫୮ ଗ୍ରାମ ବ୍ରାଉନ୍ ସୁଗାର ଥିବା ଦେଖିବାକୁ ମିଳିଥିଲା । ପୋଲିସ ତୁରନ୍ତ ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୦.୫୮ ଗ୍ରାମ ବ୍ରାଉନ୍ ସୁଗାର, ଓଡି ୧୫ ଏସ୍ ୯୧୭୯ ନମ୍ବରର ନୀଳ ରଙ୍ଗର ଟିଭିଏସ୍ ଜୁପିଟର ସ୍କୁଟି, ଏକ ୧୫ ପ୍ରୋ ଆଇଫୋନ୍ ଓ ନଗଦ ୧୩ ହଜାର ୬ ଶହ ଟଙ୍କା ଜବତ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande