ରଥଯାତ୍ରାରେ ଚୁଡ଼ାକୁଟିର ଶିଳ୍ପୀଙ୍କ ନିଆରା କାରିଗରୀ, ତୁଳସୀ ଓ ଶାଳ କାଠରେ ଗଢ଼ିଲେ ଚଳନ୍ତି କ୍ଷୁଦ୍ର ତିନି ରଥ
ଭଦ୍ରକ, ୧୬ ଜୁଲାଇ (ହି.ସ.) - ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଭଦ୍ରକ ଜିଲ୍ଲା ଚୁଡ଼ାକୁଟି ପଂଚାୟତ ସୋରିଷଡିହ ଗ୍ରାମର ଶିଳ୍ପୀ ଗୋପାଳ ସାମଲ ତାଙ୍କ ନିଆରା କାରିଗରୀ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତି ଓ ଶ୍ରଦ୍ଧାର ପ୍ରତୀକ ସ୍ୱରୂପ ସେ ତ
CHUDAKUTI SILPI RATHAYATRA


ଭଦ୍ରକ, ୧୬ ଜୁଲାଇ (ହି.ସ.) - ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଭଦ୍ରକ ଜିଲ୍ଲା ଚୁଡ଼ାକୁଟି ପଂଚାୟତ ସୋରିଷଡିହ ଗ୍ରାମର ଶିଳ୍ପୀ ଗୋପାଳ ସାମଲ ତାଙ୍କ ନିଆରା କାରିଗରୀ ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅଗାଧ ଭକ୍ତି ଓ ଶ୍ରଦ୍ଧାର ପ୍ରତୀକ ସ୍ୱରୂପ ସେ ତୁଳସୀ ଓ ଶାଳ କାଠରେ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ ରଥର ପ୍ରାୟ ୪ ସେଂଟିମିଟର ଉଚ୍ଚତା ବିଶିଷ୍ଟ କ୍ଷୁଦ୍ର ପ୍ରତିକୃତି ନିର୍ମାଣ କରିଛନ୍ତି। ବିଶେଷ କଥା ହେଲା, ଏହି କ୍ଷୁଦ୍ର ରଥଗୁଡ଼ିକରେ ଦଉଡ଼ି ବାନ୍ଧି ଟାଣିଲେ ପ୍ରକୃତ ରଥ ପରି ଚଳନ କରୁଥିବାରୁ ଏହା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି। ମାତ୍ର ଦୁଇ ଦିନ ମଧ୍ୟରେ ଏହି ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା ଗୋପାଳ ସାମଲ କହିଛନ୍ତି, ମହାପ୍ରଭୁଙ୍କ ପ୍ରତି ତାଙ୍କର ଅତୁଟ ଭକ୍ତିଭାବ ହିଁ ତାଙ୍କୁ ଏଭଳି ସୃଜନଶୀଳ କଳାକୃତି ନିର୍ମାଣ ପାଇଁ ପ୍ରେରଣା ଯୋଗାଇଛି। ତାଙ୍କ ହାତରେ ଗଢ଼ା ଏହି ଚଳନ୍ତି କ୍ଷୁଦ୍ର ରଥ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମୁଥିବାବେଳେ ଅନେକେ ତାଙ୍କର ନିଖୁଣ କାରିଗରୀ ଓ ସୃଜନଶୀଳତାର ଭୂୟସୀ ପ୍ରଶଂସା କରୁଛନ୍ତି। ରଥଯାତ୍ରା ଅବସରରେ ଏଭଳି ନିଆରା କଳାକୃତି ସ୍ଥାନୀୟ ଅଞ୍ଚଳରେ ଭକ୍ତି ଓ ଶିଳ୍ପର ଏକ ସୁନ୍ଦର ସମନ୍ୱୟର ନିଦର୍ଶନ ପାଲଟିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande