ଫୁଲବାଣୀରେ ଶ୍ରୀ ଜଗନ୍ନାଥ ଓ ତିନି ଠାକୁରଙ୍କ ରଥଯାତ୍ରା ବହୁ ଆଡ଼ମ୍ବରରେ ପାଳିତ
Celebration of Car Festival in Phulbani
ଫୋଟ ୨


ଫୋଟ


କନ୍ଧମାଳ, ୧୬ ଜୁଲାଇ(ହି.ସ.) – ଫୁଲବାଣୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ତିନି ଠାକୁରଙ୍କ ରଥ ଯାତ୍ରା, ବହୁ ଆଡ଼ମ୍ବରରେ ପାଳିତ ହୋଇଛି।

ଆଜି ସକାଳେ ମଙ୍ଗଳ ଆଳତି, ରୋଷଘର ହୋମ, ସୂର୍ଯ୍ୟ ପୂଜା, ମଇଲମ ତଡପଲାଗି, ଦ୍ୱାରପାଳ ପୂଜା, ଆକାଶ, ରାଜା ନିମନ୍ତ୍ରଣ, ପୂଜା ଓ ମଙ୍ଗଳାର୍ପଣ, ତିନି ଠାକୁରଙ୍କ ପହଣ୍ଡି, ବିଜେପିରେ, କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରା ପଛେରାପହଁରା ନିତି ଶେଷ ହେବା ପରେ ଅଧରପଣା ଭୋଗ ଓ ପ୍ରସାଦ ସେବନ ପରେ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ରଥଟଣା କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କନ୍ଧମାଳ ଜିଲ୍ଲା ପରିଷଦ ଶ୍ରୀ ଶମ୍ଭୁନାଥ ନନ୍ଦୀ, ପୋଲିସ ବାହିନୀର ଜବାନମାନେ ରଥଟଣା କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ଏସଡିପିଓ ଶ୍ରୀ ଶୁଭ୍ରଜିତ ବିଶ୍ୱାଳ ଓ ଅନ୍ୟ ଉଚ୍ଚ ଅଧିକାରୀ ମାନେ ପରିଚାଳନା କରିଥିଲେ। ରଥଟଣା କାର୍ଯ୍ୟକୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ୱେଛାସେବୀ ମାନେ ସମ୍ପର୍ଣ୍ଣ ସହଯୋଗ କରିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ସୂନାଶୀର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ଦେଖରେ ସମସ୍ତ ରିତିନୀତି ସମ୍ପର୍ଣ୍ଣ କରାଯାଇଛି। ଆଜି ବର୍ଷା ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଥିବା ଯୋଗୁଁ ରଥ ଗୁଣ୍ଡିଚା ମନ୍ଦିରରେ ପହଂଚି ପାରିନଥିଲା। ତେଣୁ ସଂନ୍ଧ୍ୟା ଆଳତି ପରେ, ରଥ ଟଣା କାର୍ଯ୍ୟକ୍ରମ ବନ୍ଦ କରାଯାଇ ଫୁଲବାଣୀ ବଜାର ସ୍ଥିତ ଜଗନ୍ନାଥ ମାର୍କେଟ୍ ରେ ତିନି ଠାକୁରଙ୍କ ରଥକୁ ରାତ୍ରିରେ ରଖାଯାଇଛି। ସେଠାରେ ତିନି ଠାକୁରଙ୍କ ପରବର୍ତୀ ରିତିନୀତି ପାଳିତ ହେବାନେଇ ଜଣାପଡିଛି। ତେବେ ସଂନ୍ଧ୍ୟାରେ ବର୍ଷା ବନ୍ଦ ହେବା ଯୋଗୁଁ ରଥରେ ଠାକୁରଙ୍କ ଦର୍ଶନ ପାଇଁ ଭୀଡ ଲାଗି ରହିଥିବା ଦେଖିବାକୁ ମିଳିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande