ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ
ଖୋର୍ଦ୍ଧା, ୧୬ ଜୁଲାଇ (ହି.ସ.) - ଆଜି ଜାଗୁଳିପାଟଣ ସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ଘୋଷ ଯାତ୍ରା ଅତି ଆନନ୍ଦ ଉଲ୍ଲାସ ଏବଂ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମାପନ ହୋଇଯାଇଛି । ପ୍ରତ୍ୟୁଷ ୪ ଘଟିକା ସମୟରେ ମହାପ୍ରଭୁଙ୍କ ପହଡ଼ ଖୋଲା ହୋଇଥିବା ବେଳେ ପ୍ରାତଃ ୫ ଘଟିକାରେ ମଙ୍ଗଳ ଆ
Ratha


Car festival


ଖୋର୍ଦ୍ଧା, ୧୬ ଜୁଲାଇ (ହି.ସ.) - ଆଜି ଜାଗୁଳିପାଟଣ ସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ଘୋଷ ଯାତ୍ରା ଅତି ଆନନ୍ଦ ଉଲ୍ଲାସ ଏବଂ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ସମାପନ ହୋଇଯାଇଛି । ପ୍ରତ୍ୟୁଷ ୪ ଘଟିକା ସମୟରେ ମହାପ୍ରଭୁଙ୍କ ପହଡ଼ ଖୋଲା ହୋଇଥିବା ବେଳେ ପ୍ରାତଃ ୫ ଘଟିକାରେ ମଙ୍ଗଳ ଆଳତି, ପୂର୍ବାହ୍ନ ୧୧ ଘଟିକାରେ ଶଙ୍ଖୁଡ଼ି ଭୋଗ, ମଧ୍ୟାହ୍ନ ୧୨ ଘଟିକାରେ ସୂର୍ଯ୍ୟ ପୂଜା, ଅପରାହ୍ନ ୨ ଘଟିକାରେ ପହଣ୍ଡି ବିଜେ, ଅପରାହ୍ନ ୩ ଘଟିକାରେ ଛେରା ପହଁରା ଏବଂ ଅପରାହ୍ନ ୪ ଘଟିକାରେ ରଥ ଟଣା କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ସଂକଳ୍ପ ସ୍ୱସ୍ତିକ ସାହୁ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଏବଂ ମନ୍ଦିର ସେବାୟତ ମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ମହାପ୍ରଭୁଙ୍କ ଛେରା ପହଁରା କରିଥିଲେ । ତିନିଠାକୁର ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବ, ବଡ଼ଭାଇ ହଳାୟୁଧ ଏବଂ ମା' ସୁଭଦ୍ରା ରଥାରୂଢ଼ ହେଲା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା କ୍ଷ ରଥାରୂଢ଼ ଚତୁର୍ଦ୍ଧାମୂର୍ତି, ଶ୍ରୀ ଶ୍ରୀ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କୁ ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା ଦର୍ଶନ କରି ବିଭୁକୃପା ଲାଭକାରୀ ଜିଲ୍ଲାର ଉନ୍ନତି ଏବଂ ଜିଲ୍ଲାବାସୀଙ୍କ ସୁଖ ସମ୍ବୃଦ୍ଧି କାମନା କରି ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ । ସେହିପରି ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ପ୍ରବାହ୍ନରେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତମ ଦେବଙ୍କ ଦର୍ଶନ କରି ବିଭିକୃପା ଲାଭ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ସେବା, ସ୍ୱାସ୍ଥ୍ୟ ସେବା, ଆଇନ ଶୃଙ୍ଖଳା ସେବା, ବିଶୁଦ୍ଧ ପାନୀୟ ଜଳ ସେବା,ଟି ପି ସି ଓ ଡି ଏଲ ପକ୍ଷରୁ ବିଜୁଳି ସେବା, ଅଗ୍ନିଶମ ସେବା ସହ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯାଇଥିଲା । ରଥାରୂଢ଼ ବିଗ୍ରହ ମାନଙ୍କୁ ଭକ୍ତ ଶ୍ରଦ୍ଧାଳୁ ମାନେ ଆନନ୍ଦରେ ଆଇ ଆଇ ସି, ସଦର ଆଦର୍ଶ ଥାନା ସଞ୍ଜୟ କୁମାର ନାୟକଙ୍କ ତତ୍ୱାବଧାନରେ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ଭକ୍ତ ଶ୍ରଦ୍ଧାଳୁ ମାନେ ହରିବୋଲ ହୁଳହୁଳି ମଧ୍ୟରେ ରଥ ମାଉସୀ'ମା ଜାଗେଶ୍ୱରୀ ମନ୍ଦିରରେ ପହଂଚିଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ତତ୍ୱାବଧାନରେ ସୂଚନା କେନ୍ଦ୍ର ଖୋଲାଯାଇ ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟସୂଚୀ ତଥା ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ, ଶ୍ରୀ ଜଗନ୍ନାଥ ଜଣାଣ ବିକ୍ରୟ କରାଯିବା ସହ ସଫଳ କାହାଣୀ ନିୟୁଜ ବୁଲେଟିନ ପୁସ୍ତିକା ପ୍ରଗତି ପ୍ରବାହ ବଂଟନ କରାଯାଇଥିଲା । ସେହିପରି ଖୋର୍ଦ୍ଧା ପୌର ପରିଷଦ ଗୁରୁଜଙ୍ଗ, ତଳସାହି, ଭାଲିଆବାଡ଼ି, ଉଇଲ କିଶନ ନଗର ଆଦି ସ୍ଥାନରେ ମହାପ୍ରଭୁଙ୍କ ଘୋଷଯାତ୍ରା ହଜାର ହଜାର ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande