

ବଲାଙ୍ଗୀର, ୧୬ ଜୁଲାଇ(ହି.ସ.) – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ବଲାଙ୍ଗୀର ସହରରେ ଆୟୋଜିତ ବିଭିନ୍ନ ରଥଯାତ୍ରା କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦାନ କରିଥିଲେ।
ପ୍ରଥମେ ସେ ଗୋପାଲଜୀ ମନ୍ଦିର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ରଥଯାତ୍ରାରେ ଯୋଗଦେଇ ମହାବାହୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ସେ ପାରମ୍ପରିକ ଛେରାପହଁରା ନୀତିରେ ମଧ୍ୟ ସାମିଲ ହୋଇଥିଲେ।
ଏହାପରେ ବିଧାୟକ ଶ୍ରୀ ସିଂହଦେଓ ସାହାଣୀ ରଥଯାତ୍ରା ଓ ଜଗନ୍ନାଥପଡା ରଥଯାତ୍ରାରେ ଅଂଶଗ୍ରହଣ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସେ ମହାବାହୁଙ୍କ ନିକଟରେ ସମଗ୍ର ବଲାଙ୍ଗିରବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରାର୍ଥନା କରିଥିଲେ।
ପରବର୍ତୀ ସମୟରେ ସେ ଗୋପବନ୍ଧୁ ନଗରରେ ଆୟୋଜିତ ରଥଯାତ୍ରାରେ ମଧ୍ୟ ଯୋଗଦେଇ ଭକ୍ତମାନଙ୍କ ସହ ପବିତ୍ର ଘୋଷଯାତ୍ରାରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନରେ ଉପସ୍ଥିତ ଭକ୍ତମାନଙ୍କ ସହ ସେ ଶୁଭେଚ୍ଛା ବିନିମୟ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ