ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହରରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ
ବଲାଙ୍ଗୀର, ୧୬ ଜୁଲାଇ(ହି.ସ.) – ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହରରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଶିଷ ପ୍ଲାଜାଠାରେ ଏକ ସ୍ୱତନ୍ତ୍ର ସୂଚନା କେନ
ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହରରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ


ବଲାଙ୍ଗୀର, ୧୬ ଜୁଲାଇ(ହି.ସ.) – ପବିତ୍ର ରଥଯାତ୍ରା ଅବସରରେ ବଲାଙ୍ଗୀର ସହରରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଶିଷ ପ୍ଲାଜାଠାରେ ଏକ ସ୍ୱତନ୍ତ୍ର ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ଶ୍ରୀଜୀଉମାନଙ୍କ ନୀତିକାନ୍ତିର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରଦାନ କରାଯାଇଛି।

ଏହି ସୂଚନା କେନ୍ଦ୍ର ମାଧ୍ୟମରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ବିଭିନ୍ନ ନୀତି ସମ୍ପର୍କରେ ଅବଗତ କରାଯିବା ସହ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ, ସାଧାରଣ ଘୋଷଣା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସହାୟତା ଯୋଗାଇ ଦିଆଯାଇଥିଲା। ଏଥିସହିତ ସମଗ୍ର ବଡ଼ଦାଣ୍ଡକୁ ଆଧ୍ୟାତ୍ମିକ ପରିବେଶରେ ରଙ୍ଗେଇବା ପାଇଁ ସୁଦକ୍ଷ ଭାଷ୍ୟକାରମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ପହଣ୍ଡି ବିଜେ, ଛେରା ପହଁରା ଏବଂ ରଥଟଣାର ସୁନ୍ଦର ପ୍ରତ୍ୟକ୍ଷ ଧାରାବିବରଣୀ ପ୍ରସାରଣ କରାଯାଇଥିଲା।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବାରେ ଅନେକ ବିଶିଷ୍ଟ ବ୍ୟକ୍ତି ଓ ସୁଦକ୍ଷ ଭାଷ୍ୟକାର ସକ୍ରିୟ ସହଯୋଗ କରିଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀ ଜଗଦାନନ୍ଦ ଛୁରିଆ, ଶ୍ରୀ ସନାତନ ଠାକୁର , ଶ୍ରୀ ବିଜୟ ତ୍ରିପାଠୀ, ଶ୍ରୀ ମଧୁସୂଦନ ନାଏକ, ଶ୍ରୀ ସନ୍ଦିପ କୁଅଁର, ଶ୍ରୀମତୀ ଏଲୋରା ମିଶ୍ର, ଶ୍ରୀମତୀ କଲ୍ଲଳିନୀ ମିଶ୍ର ଏବଂ ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆଚାର୍ଯ୍ୟ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ଧାରାବିବରଣୀ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ପରିଚାଳନା କରିଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀ ସାକିଆ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande