


ସମ୍ବଲପୁର, ୧୬, ଜୁଲାଇ (ହି.ସ.)
ସମ୍ବଲପୁର ସହର ମହାନଦୀର ଦ୍ୱିତୀୟ ସେତୁରୁ ଡେଇଁ ନିଖୋଜ ହୋଇଥିବା ୧୪ ବର୍ଷିୟା ନାବାଳିକା ଅଞ୍ଜଳି ବାରିକଙ୍କ ମୃତଦେହକୁ ଆଜି ଗୋଲାବନ୍ଧ ନିକଟରୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ନାବାଳିକା ଜଣକ ମହାନଦୀର ଦ୍ୱିତୀୟ ସେତୁ ଚାଉଁରପୁରରୁ ଡେଇଁ ନିଖୋଜ ହୋଇ ଯାଇଥିଲେ। ଘଟଣା ଦିନଠାରୁ ପୋଲିସ ଓ ଅଗ୍ନିଶମ ବାହିନୀ ତଦନ୍ତ ଜାରି ରଖିଥିଲା।
ଆଜି ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ