ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଜଣେ ମୃତ ୩ ଗୁରୁତର
ଜୟପୁର, ୧୬ ଜୁଲାଇ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ସିନ୍ଧିଗାଁରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣା ଘଟିଛି। ଏହି ଆକ୍ରଣରେ ଜଣେ ମୃତ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ହେଲେ ଅଭିନବ
ପୁବ ଶତ୍ରୁତା କୁ କେନ୍ଦ୍ର କରି  ହତ୍ୟା କାଣ୍ଡ ଜଣେ ମୃତ ୩ ଗୁରୁତର


ଜୟପୁର, ୧୬ ଜୁଲାଇ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ସିନ୍ଧିଗାଁରେ ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ଘଟଣା ଘଟିଛି। ଏହି ଆକ୍ରଣରେ ଜଣେ ମୃତ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ମୃତକ ଜଣକ ହେଲେ ଅଭିନବ ଗଦବା। ସିନ୍ଧିଗାଁ ଭାଗିରଥି ଗାଦବା ସେ ଲିଖିତ ଅଭିଯୋଗ କରିଛନ୍ତି। ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ଗୋପୀନାଥ ଗାଦବା ତାଙ୍କ ପୁଅ ତ୍ରିପତି ଗାଦବା ଓ ପ୍ରଫୁଲ ଗାଦବା ୩ ଜଣ ମିଶି ବୁଝାମଣା ପାଇ ଅଭିନବ ଗଦବା, ଟୁକୁନା ଗାଦବା ଓ ପ୍ରଦିପ ଗାଦବାଙ୍କୁ ଗ୍ରାମରେ ଥିବା ତ୍ରିନାଥ ମଣ୍ଡପ ନିକଟରେ ଆଙ୍ଗନବାଡ଼ୀ କେନ୍ଦ୍ର ସମ୍ମୁଖରେ ଡାକିଥିଲେ। ଏହି ସମୟରେ ଅଭିନବ ଗାଦବା, ଟୁକୁନା ଗଦବା ପ୍ରଦିପ ଗାଦବା ଯାଇ ସେଠାରେ ପହଂଚିବାରୁ ହଠାତ ୩ ଜଣ ଗୋପୀନାଥ ତ୍ରିପତି ଓ ଫୁଫୁଲ ବିଭିନ୍ନ ଖଣ୍ଡା, ଭୁଜାଲି, ଚେନ ମାରଣାସ୍ତ୍ର ଧରି ବିନା କାରଣରେ ଉତ୍ୟକ୍ତ ହୋଇ ବିନା କୌଣସି କଥା ବଂଟାରେ ଟୁକୁନା ଗାଦବାକୁ ପ୍ରଫୁଲ ଗଦବା ଖଣ୍ଡା ଆକ୍ରମଣ କରିଥିଲା। ଏହି ସମୟରେ ଅଭିନବ ଗଦବାକୁ ତ୍ରିପତି ଗୋପୀନାଥ ମିଶି ଭୁଜାଲିରେ ଆକ୍ରମଣ କରିଥିଲେ। ସେହି ସମୟରେ ପ୍ରଫୁଲ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଅଭିନବକୁ ଆକ୍ରମଣ କରିଥିଲା। ଫଳରେ ଅଭିନବ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁବରଣ କରିବା ପରେ ମଧ୍ୟ ଅଭିଯୁକ୍ତମାନେ ଆକ୍ରମଣ କରିବାରେ ଲାଗିଥିଲେ। ଏହି ସମୟରେ ପ୍ରଦିପ ଗାଦବାକୁ ମଧ୍ୟ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ମାରଣାସ୍ତ୍ର ଆକ୍ରମଣ କରିଥିଲେ। ସେ ଗୁରୁତର ହେବାରୁ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଟୁକୁନା ଗାଦବାକୁ ୩ ଜଣ ଦୁବୁର୍ତ ମାଶି ମାରାଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ ଫଳରେ ଟୁକୁନାର ହାତ ଭାଙ୍ଗିବାସହ ସେ ଗୁରୁତର ହୋଇ କୋରାପୁଟ ସ୍ଥିତ ଶହଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜର ଭର୍ତି କରାଯାଇ ଚିକିତ୍ସା କରାଯାଇଛି। ଅଭିଯୋଗକାରି ଭାଗିରଥି ଗାଦବା ସ୍ତ୍ରୀକୁ ମଧ୍ୟ ୩ ଜଣ ମିଶି ପେଟରେ ଲାତ ମାରିବା ଦ୍ୱାରା ସେ ଗୁରୁତର ହୋଇଥିଲେ। ତାଙ୍କୁ ମଧ୍ୟ ମେଡ଼ିକାଲରେ ଭର୍ତି କରାଯାଇଛି। ଏମାନଙ୍କର ପାଟି ଶୁଣି ଗ୍ରାମବାସୀ ଆସିବୁରା ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଭାଗିରଥି ଗାଦବା ଭାଇ-ମା’ଙ୍କୁ ୩ଜଣଙ୍କ କବଳରୁ ବଂଚାଇବାକୁ ଯିବା ସମୟରେ ଜଗନ୍ନାଥ ଗାଦବା ଧରି ଥିବାରୁ ଅଭିନବର ମୃତ୍ୟୁ ହୋଇଥିବା ଉଲ୍ଲେଖ କରାଯାଇଛି। ଗ୍ରାମରେ ପୋଲିସ ତରଫରୁ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ମୃତ ବ୍ୟକ୍ତିର ଶବକୁ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣା ସ୍ଥଳରେ ସାଇଂଟିଫିକ୍ ଟିମ୍ ତଦନ୍ତ କରିଥିବାବେଳେ ଏସ୍ଡିପିଓ ଅର୍ଚ୍ଚିତା ମିତଲ ପହଂଚି ତଦନ୍ତ କରିଛନ୍ତି। ଏନେଇ ଜୟପୁର ସଦର ପୋଲିସ ଆଜିରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande