ନୂତନ ଖବର କାଗଜ ଭରସା ପ୍ରତିଶ୍ରୁତିର ପ୍ରତୀକ ଲୋକାର୍ପିତ
ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପବିତ୍ର ରଥଯାତ୍ରା ଅବସରରେ ନୂତନ ଖବର କାଗଜ ‘ଭରସା ପ୍ରତିଶ୍ରୁତିର ପ୍ରତୀକ’ ଲୋକାର୍ପଣ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏହାକୁ ଲୋକାର୍ପଣ କରିଛନ୍ତି। ‘ଭରସା ପ୍ରତିଶ୍ରୁତିର ପ୍ରତୀକ’ ଭାବରେ ଆଗାମୀ ଦି
df


ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ପବିତ୍ର ରଥଯାତ୍ରା ଅବସରରେ ନୂତନ ଖବର କାଗଜ ‘ଭରସା ପ୍ରତିଶ୍ରୁତିର ପ୍ରତୀକ’ ଲୋକାର୍ପଣ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଏହାକୁ ଲୋକାର୍ପଣ କରିଛନ୍ତି। ‘ଭରସା ପ୍ରତିଶ୍ରୁତିର ପ୍ରତୀକ’ ଭାବରେ ଆଗାମୀ ଦିନରେ ଜନସାଧାରଣଙ୍କ ଭରସା ସାଜିବ, ଏହା ନିସନ୍ଦେହ ବିଧାୟକ କହିଥିଲେ। ଅନ୍ୟତମ ଅତିଥି ଭାବରେ ପ୍ରଫେସର ଡଃ ଶଶାଙ୍କ ଶେଖର ଚୁଡ଼ାମଣି କହିଲେ ଯେ, ଭରସା ନିଶ୍ଚିତ ଭାବରେ ସାଧାରଣ ଜନତାଙ୍କ ସମସ୍ୟାକୁ ସମାଧାନ କରିବାରେ ଏକ ମାଧ୍ୟମ ସାଜିବ। ମୁଖ୍ୟ ସମ୍ପାଦକ ଅଶୋକ କୁମାର ପାଲଟାସିଂହ, ଭରସାର ରୂପରେଖ ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଭରସା ପ୍ରତିଶ୍ରୁତିର ପ୍ରତୀକର ସମ୍ପାଦକ ଡଃ ରମାକାନ୍ତ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଲୋକାର୍ପଣ ଉତ୍ସବରେ ଅଧ୍ୟାପକ ମନୋଜ ରାଏ, ସମାଜସେବୀ କ୍ଷୀରେନ୍ଦ୍ର ନାଥ ସାହୁ, ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସମ୍ପାଦକ କେଦାରନାଥ ଦାସ, ଦଳବେହେରା ରମେଶ ପାଲଟାସିଂହ, ସାମ୍ବାଦିକ ସନାତନ ସ୍ୱାଇଁ ପ୍ରମୁଖ ଯୋଗାଦନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande