
ଭୁବନେଶ୍ୱର, ୧୬ ଜୁଲାଇ (ହି.ସ.)- ପାଗ ଖରାପ ରହିବା ସହିତ ପବନର ସମ୍ଭାବନା ରହିଥିବାରୁ ରାଜ୍ୟର ସମସ୍ତ ବନ୍ଦରକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ପାଗ ଖରାପ ରହିବା ସହିତ ପବନର ସମ୍ଭାବନା ନେଇ ଧାମରା, ପାରାଦୀପ, ପୁରୀ, ଗୋପାଳପୁର ବନ୍ଦରକୁ ଚେତାବନୀ ଜାରି ହୋଇଛି। ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଗୁରୁବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ