
ମାଲକାନଗିରି, ୧୬ ଜୁଲାଇ (ହି.ସ.)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଆଦେଶ ସଂଖ୍ୟା ୪୩୯୫ ତା ୧୪-୭-୨୦୨୭ରେ ଲେଭେଲ୍ ୪ ଓ ୫ଏର ୧୬୨୨ ପ୍ରାଥମିକ କ୍ୟାଡର ଶିକ୍ଷକଙ୍କ ଅସ୍ଥାୟୀ ଗ୍ରେଡେସନ୍ ତାଲିକା ପ୍ରକାଶ ପାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରାଥମିକ କ୍ୟାଡର ଶିକ୍ଷକମାନଙ୍କର ପଦୋନ୍ନତି ଶିକ୍ଷା ବିଭାଗର ପ୍ରାଥମିକତା । ତାଲିକାଭୁକ୍ତ ଶିକ୍ଷକ ମାନଙ୍କ ମଧ୍ୟରୁ କାହାର ଆପତ୍ତି ଥିଲେ ଆପତ୍ତି ଦାଖଲ କରିବା ପାଇଁ ୧୫ ଦିନ ସମୟ ଦିଆଯିବ। ତା’ପରେ ଚୂଡ଼ାନ୍ତ ଗ୍ରେଡେସନ୍ ତାଲିକା ପ୍ରସ୍ତୁତ କରାଯିବ ଏବଂ ଜିଲ୍ଲା ପଦୋନ୍ନତି କମିଟିର ସୁପାରିଶ ଓ ନିର୍ଦେଶକ ପ୍ରାଥମିକ ଶିକ୍ଷାଙ୍କ ଅନୁମୋଦନ କ୍ରମେ ପଦୋନ୍ନତି ଦିଆଯିବ ।
ଏହା ଦ୍ୱାରା ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ନିଯୁକ୍ତ ପ୍ରଧାନ ଶିକ୍ଷକ ପଦ ସହିତ ମୌଳିକ ସ୍ତରରେ ପଦଗୁଡିକରେ ପଦ ଖାଲି ହୋଇପାରିବ। ମୌଳିକ ସ୍ତରରେ ଖାଲି ପଦ ଗୁଡିକରେ ନିଯୁକ୍ତି ପାଇଁ ସରକାର ନିଷ୍ପତ୍ତି ନେବେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ