ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷାର ପରିମାଣ କମ୍, ଲଖନପୁରରେ ସର୍ବାଧିକ ୨୭.୮ ମି.ମି. ବର୍ଷା ରେକର୍ଡ
Rainfall in Jharsuguda district
ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ବର୍ଷାର ପରିମାଣ କମ୍, ଲଖନପୁରରେ ସର୍ବାଧିକ ୨୭.୮ ମି.ମି. ବର୍ଷା ରେକର୍ଡ


ଝାରସୁଗୁଡ଼ା, ୧୬ ଜୁଲାଇ (ହି.ସ.)-

ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ବର୍ଷାର ପରିମାଣ ଅନୁଯାୟୀ ଜିଲ୍ଲାର ମୋଟ ବର୍ଷା ୫୪.୭ ମି.ମି. ରେକର୍ଡ କରାଯାଇଛି। ଜିଲ୍ଲାର ହାରାହାରି ବର୍ଷା ୧୦.୯୪ ମି.ମି. ରହିଛି।

ବ୍ଲକ୍ ଭିତ୍ତିକ ବର୍ଷା ପରିମାଣ ମଧ୍ୟରେ ଲଖନପୁରରେ ସର୍ବାଧିକ ୨୭.୮ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଲାଇକେରାରେ ୯.୩ ମି.ମି., କିର୍ମିରାରେ ୮.୦ ମି.ମି., କୋଲାବିରାରେ ୬.୪ ମି.ମି. ଏବଂ ଝାରସୁଗୁଡ଼ା ସଦର ଅଞ୍ଚଳରେ ୩.୨ ମି.ମି. ବର୍ଷା ହୋଇଛି। ଏହି ବର୍ଷା ସମ୍ପର୍କିତ ସୂଚନା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ, ଝାରସୁଗୁଡ଼ା ପକ୍ଷରୁ ପ୍ରକାଶ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande