
ନୂଆଦିଲ୍ଲୀ ,16 ଜୁଲାଇ (ହି.ସ.) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ଦିଲ୍ଲୀରେ ଆୟୋଜିତ ରଥଯାତ୍ରାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହି ଅବସରକୁ ସେ ନିଜ ପାଇଁ ତାଙ୍କ ପାଇଁ ଏକ ମହାନ ସୌଭାଗ୍ୟ ବୋଲି ବର୍ଣ୍ଣନା କରିଛନ୍ତି।
ରାଜନାଥ ସିଂହ କହିଛନ୍ତି ଯେ, ମହାପ୍ରଭୁଙ୍କ କୃପା ସମସ୍ତ ଭକ୍ତଙ୍କ ଉପରେ ସଦା ବର୍ଷିତ ହେଉ। ସେ ରଥଯାତ୍ରାକୁ ଏକ ଅନନ୍ୟ, ଅଦ୍ଭୁତ ଓ ବିଲକ୍ଷଣ ପର୍ବ ବୋଲି ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ, ଏହି ପବିତ୍ର ଦିନରେ ଭଗବାନ ସ୍ୱୟଂ ନିଜ ମନ୍ଦିରରୁ ବାହାରି ଭକ୍ତମାନଙ୍କ ମଧ୍ୟରେ, ସାଧାରଣ ଲୋକଙ୍କ ମଧ୍ୟରେ ବିଚରଣ କରନ୍ତି। ଏହା ଭକ୍ତଙ୍କ ପ୍ରତି ଭଗବାନଙ୍କ ଅପାର ପ୍ରେମର ପ୍ରତୀକ ଓ ଏପରି ଦୃଶ୍ୟ ଅନ୍ୟ କୌଣସି ସଂସ୍କୃତିରେ ଦେଖିବାକୁ ମିଳିବା କଠିନ। ରଥଯାତ୍ରା ବେଳେ “ଜୟ ଜଗନ୍ନାଥ” ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଯାଇଥିଲା। ରାଜଧାନୀ ଦିଲ୍ଲୀରେ ମଧ୍ୟ ରଥଯାତ୍ରା ପ୍ରତି ଭକ୍ତମାନଙ୍କ ଅପାର ଆସ୍ଥା ଓ ଉତ୍ସାହ ପ୍ରକାଶ ପାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ