ନୂଆଦିଲ୍ଲୀ ହାଉଜଖାସ ମନ୍ଦିରରେ ରଥଯାତ୍ରା ଆୟୋଜିତ
ନୂଆଦିଲ୍ଲୀ /ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅଠଚାଳିଶ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖାଯାଇଥିଲା। ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆ
rath


ନୂଆଦିଲ୍ଲୀ /ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ନୂଆଦିଲ୍ଲୀର ହାଉଜଖାସ ଭିଲେଜ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅଠଚାଳିଶ ତମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ପବିତ୍ର ପର୍ବ ଉପଲକ୍ଷେ ସମଗ୍ର ମନ୍ଦିର ପରିସରକୁ ଭବ୍ୟ ଢଙ୍ଗରେ ସଜାଯାଇଥିବା ଦେଖାଯାଇଥିଲା। ମନ୍ଦିରରେ ବଢ଼ି ଭୋରରୁ ମଙ୍ଗଳ ଆଳତି କରାଯିବା ପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ନୀତିକାନ୍ତି ବିଧି ମୁତାବକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଏହି ମହାପାର୍ବଣରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ଦେଢ ଲକ୍ଷ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ସାମିଲ ହୋଇଥିଲେ।

ଚାରି ଠାକୁରଙ୍କର ପହଣ୍ଡି ସାହି ରୋଷଣି କରାଯାଇ ମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା। ଏଠାରେ ମୁଖ୍ୟ ଅତିଥି ଦିଲ୍ଲୀର ଉପରାଜ୍ୟପାଳ ତରଣଜିତ୍ ସିଂହ ସାନ୍ଧୁ ପାରମ୍ପରିକ ଢଙ୍ଗରେ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ସାଂସଦ ବାଂଶୁରୀ ସ୍ୱରାଜ, ବିଧାୟକ ସତୀଶ ଉପାଧ୍ୟାୟ, ଅନୀଲ ଶର୍ମା, ପୂର୍ବତନ ବିଧାୟକ ସୋମନାଥ ଭାରତୀ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପତ୍ନୀ ମୃଦୁଳା ପ୍ରଧାନଏବଂ ବରିଷ୍ଠ ସାମ୍ବାଦିକ ତଥା ବଡଖବରର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ କୁମାର ଦାସ ଯୋଗ ଦେଇଥିଲେ।

ଅପରାହ୍ନ ଅଢ଼େଇଟାରେ ରଥଟଣା ଆରମ୍ଭ ହୋଇଥିଲା। ମହାପ୍ରଭୁଙ୍କ ରଥକୁ ଆନସାରୀ ନଗରକୁ ନିଆଯାଇ ପୁଣି ସନ୍ଧ୍ୟା ସୁଦ୍ଧା ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ରାତ୍ରିର ବିଳମ୍ବିତ ପ୍ରହରରେ ଠାକୁରମାନଙ୍କୁ ପହଣ୍ଡି କରାଯାଇ ମନ୍ଦିର ବେସମେଂଟରେ ଥିବା ମାଉସୀମା ଘରକୁ ନିଆଯାଇ ସେଠାକାର ସିଂହାସନରେ ଆସୀନ କରାଯାଇଥିଲା। ଆସନ୍ତା ୨୪ ତାରିଖର ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଦିଅଁମାନେ ଏଠାକାର ଆଡ଼ପ ମଣ୍ଡପରେ ପୂଜା ପାଇବେ ବୋଲି ଜଣାଯାଇଛି।ରଥଯାତ୍ରାର ଜୀବନ୍ତ ଧାରା ବିବରଣୀ ଭଗିରଥ ଝା ଓ ଲକ୍ଷ୍ମୀ ନାରାୟଣ ବେବର୍ତା ପ୍ରଦାନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande