

ସମ୍ବଲପୁର, ୧୬, ଜୁଲାଇ (ହି.ସ.)
ପବିତ୍ର ରଥଯାତ୍ରା ଅବସରରେ ଆଜି ରେଢାଖୋଲ ସହର ଭକ୍ତିମୟ ପରିବେଶରେ ଗୁଞ୍ଜରିତ ହୋଇଉଠିଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ପବିତ୍ର ଘୋଷଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ରଥଟଣା ଉତ୍ସବରେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୁଜାରୀ, ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ଜିଲ୍ଲାପାଳ ସିଦ୍ଧେଶ୍ୱର ବୋଳିରାମ ବନ୍ଦୋର ମହାପ୍ରଭୁଙ୍କ ରଥ ଟାଣିବା ସହ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିଥିଲେ।
ରଥଟାଣି ପରେ ମନ୍ତ୍ରୀ ସୁରେଶ ପୁଜାରୀ କହିଥିଲେ ଯେ, ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁଙ୍କ ରଥ ଟାଣିବା ତାଙ୍କ ଜୀବନର ଅନ୍ୟତମ ସ୍ମରଣୀୟ ମୁହୂର୍ତ୍ତ। ଏହି ପବିତ୍ର ଅନୁଭୂତି ତାଙ୍କ ମନ ଓ ପ୍ରାଣକୁ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ କରିଦେଇଛି।
ସେ ମହାପ୍ରଭୁଙ୍କ ନିକଟରେ ସମଗ୍ର ଓଡ଼ିଶାବାସୀ ଏବଂ ସମଗ୍ର ମାନବ ସମାଜର ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳମୟ ଜୀବନ କାମନା କରି ପ୍ରାର୍ଥନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ