
ଜୟପୁର, ୧୬ ଜୁଲାଇ(ହି.ସ.) – ଦାରିଦ୍ର୍ୟ ଦୂରୀକରଣ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଶ୍ରୀ ପ୍ରଦୀପ କୁମାର ମହନ୍ତ ଜିଲ୍ଲା ଜଜ୍ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଜୟପୁରଙ୍କ ତତ୍ୱବଧାନ କୁନ୍ଦ୍ରା ବ୍ଲକ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସଚିବ ତଥା ଲୋକ ଅଦାଲତ ବିଚାରପତି ମୁଖ୍ୟ ଅତୀଥି ଭାବରେ ଯୋଗ ଦେଇଥିଲେ। ଅନ୍ୟଅତିଥିମାନଙ୍କ ମଧ୍ୟରେ ଡେପୁଟି ଚିଫ୍ ଲିଗାଲ ଡିଫେନ୍ସ କାଉନସେଲ, ଶ୍ରୀ ହରିଶ୍ଟନ୍ଦ୍ର ମୁଦୁଲି, କେ.ଦିବାକର ରାଓ, ସ୍ୱତନ୍ତ୍ର ପି.ପି. ସ୍ୱତନ୍ତ୍ର ପୋକ୍ସ କୋର୍ଟର ଶ୍ରୀ ପି.ସନ୍ୟାସି ରାଓ ଏବଂ ସି.ଡି.ପି.ଓ., କୁନ୍ଦ୍ରା ଶର୍ମିଷ୍ଠା ନାୟକ ଯୋଗ ଦେଇଥିଲେ। ଏଥିରେ ଜାତୀୟ ଆଇନ ସେବା ପ୍ରାଧିକରଣ, ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଦ୍ୱାରା ରହିଥିବା ଜନଉପଯୋଗୀ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲ। ଯଥା ବାଲ୍ୟ ବିବାହ ଆଇନ, ଏସିଡି ଆକ୍ରମଣ, ଦାରିଦ୍ର୍ୟ ଦୂରିକରଣ, ମାଦକ ଦ୍ରବ୍ୟ, ନାରୀଚାଲାଣା, ପ୍ୟାନେଲ ଆଇନଜୀବି ନିଯୁକ୍ତି, ପୋକ୍ସ ଆକ୍ଟ, ପାରାଲିଗାଲ ସ୍ୱେଚ୍ଛାସେବୀ, ପାରା-ଲିଗାଲ୍ ସ୍ୱେଚ୍ଛାସେବକ ଅର୍ଥ ହେଉଛି ଯାହା ପାରା ଲିଗାଲ୍ ସ୍ୱେଚ୍ଛାସେବକଙ୍କ ପାଇଁ ଯୋଜନା(ସଂଶୋଧିତ) ଅନ୍ତର୍ଗତ ପରିଭାଷିତ ଏବଂ ପ୍ରଶିକ୍ଷିତ- ଏବଂ ତାଲିମ ପାଇଁ ଓରିଏଂଟେସନ୍-ପ୍ରେରଣା-ରିଫ୍ରେସର ପାଠ୍ୟକ୍ରମ ପାଇଁ ମଡ୍ୟୁଲ୍। ୭) ଦାରିଦ୍ର୍ୟ ଦୂରୀକରଣ ଯୋଜନା’ ଅର୍ଥ ହେଉଛି କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଯେକୌଣସି ଯୋଜନା/କାର୍ଯ୍ୟକ୍ରମ/- ଯାହା ଦାରିଦ୍ର୍ୟର ଯେକୌଣସି ଦିଗକୁ ସମାଧାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ସାମାଜିକ ସୁରକ୍ଷା ପଦକ୍ଷେପ ମଧ୍ୟ ଅନ୍ତର୍ଭୁକ୍ତ। ୮) ଯୋଜନା ହିତାଧିକାରୀ ଅନ୍ତର୍ଭୁକ୍ତ: ଇତ୍ୟାଦି ଉପସ୍ଥିତ ଥିବା ଏମ୍ବିକେ, ସିଆର୍ପିଏଫ୍, ଅଙ୍ଗନୱାଡ଼ି, ଆଶା କର୍ମୀମାନଙ୍କୁ ବୁଝାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି