ଯୁବ ସ୍ଵାଭିମାନ ଟ୍ରଷ୍ଟ ପକ୍ଷରୁ ଶ୍ରୀଗୁଣ୍ଡିଚାରେ ସେବା କାର୍ଯ୍ୟ
କେନ୍ଦ୍ରାପଡା, ୧୬ ଜୁଲାଇ (ହି.ସ.)- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ପ୍ୱିତ୍ର ଶ୍ରୀଗୁଣ୍ଡିଚା ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଗୁରୁବାର ଶ୍ରଦ୍ଧାଳୁମାନଙ୍କ ପାଇଁ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି
ଯୁବ ସ୍ଵାଭିମାନ ଟ୍ରଷ୍ଟ ପକ୍ଷରୁ ଶ୍ରୀଗୁଣ୍ଡିଚାରେ ସେବା କାର୍ଯ୍ୟ


କେନ୍ଦ୍ରାପଡା, ୧୬ ଜୁଲାଇ (ହି.ସ.)- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଯୁବ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ପ୍ୱିତ୍ର ଶ୍ରୀଗୁଣ୍ଡିଚା ଅବସରରେ ତୁଳସୀ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଗୁରୁବାର ଶ୍ରଦ୍ଧାଳୁମାନଙ୍କ ପାଇଁ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ଇଂ. ସ୍ମୃତିରଞ୍ଜନ ଜେନାଙ୍କ ନେତୃତ୍ୱରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ନିଶୁଳ୍କ ପ୍ରସାଦ ବିତରଣ କରାଯାଇଥିଲା । ଏଥିସହିତ ଜଳଛତ୍ର ଖୋଲାଯାଇ ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା ।

ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ସଦସ୍ୟ ପଣ୍ଡିତ୍ ହୃଷୀକେଶ ରଥ, ନୃସିଂହ ପ୍ରସାଦ ପତ୍ରୀ, ଧୀରେନ୍ ସାହୁ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରସାଦ ବିତରଣ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଟ୍ରଷ୍ଟ ଉପଦେଷ୍ଟା ଅକ୍ଷୟ କୁମାର ପାଣି, ସୁବୁଦ୍ଧି ସାହୁ, ସନ୍ତୋଷ ବରାଳ, ଆଦିକନ୍ଦ ରାଉଳଙ୍କ ସମେତ ସଦସ୍ୟ ମାନସ ପ୍ରଧାନ, ଅମରେନ୍ଦ୍ର ଦାସ, ମନୋଜ ଓଝା, ସୁରେଶ ପୃଷ୍ଟି, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୁପୁନ ସ୍ୱାଇଁ, ଶିବାନୀ ପାଣି, ବିକାଶ ନାୟକ, ସନ୍ଦୀପ ବେହେରା, ନଳିନୀକାନ୍ତ ପତି, ସନତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡିବିଜେ ପର୍ଯ୍ୟନ୍ତ ଝିପିଝିପି ବର୍ଷା ଲାଗିରହିଥିଲେ ମଧ୍ୟ ପ୍ରସାଦ ସେବନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଲାଗି ରହିଥିଲା । ଶେଷରେ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ରଥଦାଣ୍ଡ ସଫେଇ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande