ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭ
ରଥଯାତ୍ରା


ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ମହାପ୍ରଭୁ

ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଟି

ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ

ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ଓ ଆଶୀର୍ବାଦରେ ରାଜ୍ୟରେ ସୁଖ, ଶାନ୍ତି, ସମୃଦ୍ଧି ଓ ପ୍ରଗତିର ଧାରା ଅବ୍ୟାହତ ରହୁ, ପ୍ରତ୍ୟେକ ଓଡ଼ିଆଙ୍କ ଜୀବନ ମଙ୍ଗଳମୟ ହେଉ ଏବଂ ରାଜ୍ୟର ସର୍ବାଙ୍ଗୀନ

ବିକାଶ ସହ ସମସ୍ତଙ୍କ କଲ୍ୟାଣ ସୁନିଶ୍ଚିତ ହେଉ ବୋଲି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର

ଚରଣକମଳରେ ପ୍ରାର୍ଥନା କରୁଛି। ଜୟ ଜଗନ୍ନାଥ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande