ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟିର ୨୦୨୬-୨୭ ବର୍ଷର ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅଧୀନରେ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସଇସି)ର ୨୦୨୬-୨୭ ବର୍ଷର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇ
uo[o'


ଭୁବନେଶ୍ୱର, ୧୬ ଜୁଲାଇ (ହି.ସ)- ବିପର୍ଯ୍ୟୟ ପରିଚାଳନା ଆଇନ, ୨୦୦୫ ଅଧୀନରେ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି (ଏସଇସି)ର ୨୦୨୬-୨୭ ବର୍ଷର ପ୍ରଥମ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ରାଜସ୍ୱ ବିଭାଗ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ

ହୋଇଯାଇଛି ।

ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ ୱାଇ.ବି.ଖୁରାନିଆ ଏବଂ ଅଗ୍ନିଶମ ସେବା ଡିଜି ଡା. ସୁଧାଂଶୁ ଷଡଙ୍ଗୀ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।

ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଓସଡମାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପାଟିଲ କମିଟି ନିକଟରେ ବିଭିନ୍ନ ପ୍ରସ୍ତାବ ଆଲୋଚନା ଓ ଅନୁମୋଦନ ନିମନ୍ତେ ଉପସ୍ଥାପନ କରିଥିଲେ । ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟି ରାଜ୍ୟର ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯୋଜନା ଓ ନୀତି ପ୍ରଣୟନ, ପ୍ରାକ୍ ପ୍ରସ୍ତୁତି, ତଦାରଖ, ବିଭିନ୍ନ ବିଭାଗ ବ୍ୟବସ୍ଥା, କ୍ଷତି ଆକଳନ ମୂଲ୍ୟାୟନ କରି ବିପର୍ଯ୍ୟୟ ପରିଚାଳନା ଯୋଜନା ଗ୍ରହଣ କରିଥାଏ ।

ବୈଠକରେ ରାଜ୍ୟ ବିପର୍ଯ୍ୟୟ ବିପଦ ପରିଚାଳନା ପାଣ୍ଠି (ଏସଡିଆରଏଫ)ର ସ୍ଥିତି ସମୀକ୍ଷା କରାଯାଇଥିଲା।

ଆଗାମୀ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱର ମହାନଗର ନିଗମ ଏବଂ କଟକ ମହାନଗର ନିଗମ ଅଂଚଳରେ ଗ୍ରୀଷ୍ଣ ଋତୁରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହର ପ୍ରଭାବ ହ୍ରାସ ପାଇଁ ୧.୭୭ କୋଟି ଟଙ୍କାର ପ୍ରସ୍ତାବ ଉପରେ ବୈଠକରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି । ବିଏମସିରେ ବହୁମୁଖୀ ବିଶ୍ରାମ ସ୍ଥଳ, ବସଷ୍ଟପ୍ ରେ ଭେଟିଭର କୁଲିଂ ମ୍ୟାଟ୍, ସାଲିଆ ସାହିରେ ରିଫ୍ଲେକ୍ଟିଭ୍ ରୁଫ୍ ପେଂଟିଂ, କଟକ ନେତାଜୀ ବସ୍ ଟର୍ମିନାଲ ପ୍ଲାଟଫର୍ମରେ ଭେଟିଭର ରୁଫ୍ ହ୍ୟାଙ୍ଗି ଏବଂ ପାନୀୟ ଜଳ ସୁବିଧା ଭଳି ପ୍ରକଳ୍ପ ଏଣ୍ଡ୍ ରେ ସାମିଲ ରହିଛି ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଜାତୀୟ ବିପର୍ଯ୍ୟୟ ପରିଚାଳନା (ଏନଡିଏମଏ)ଙ୍କ ପ୍ରସ୍ତାବ କ୍ରମେ ଭୁବନେଶ୍ୱର ସହରରେ ସହରାଂଚଳ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ଦୀର୍ଘମିଆଦୀ ସମାଧାନ ପାଇଁ ୨୦୦ କୋଟିର (ଏନଡିଏମଏ) କେନ୍ଦ୍ରୀୟ ଅଂଶ ଏବଂ ରାଜ୍ୟ ଅଂଶ ବାବଦକୁ ୯୯.୯୦ କୋଟି ମିଶାଇ ମୋଟ ୨୨୨.୨୦ କୋଟି ପ୍ରସ୍ତାବକୁ ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟିରେ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯାଇ ସବିଶେଷ ଆଲୋଚନା ହୋଇଛି ।

ଏଥି ସହିତ ଜଙ୍ଗଲ ନିଆଁ ବିପଦ ପ୍ରଶମନ ପାଇଁ ସଂଶୋଧ ପ୍ରସ୍ତାବ, ଓଡ୍ରାଫ୍ ଓ ଅଗ୍ନିଶମ ସେବାର ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ୀକରଣ, ଅଗ୍ନି ନିରାପତା ପ୍ରଶିକ୍ଷଣ, ଓସଡମାର ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସୂଚନା ପ୍ରଯୁକ୍ତିଭିତିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବାକୁ ସୁଦୃଢ କରିବା ପାଇଁ ସୂଚନା ସରବରାହ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ନିମନ୍ତେ ଆବଶ୍ୟକୀୟ ଏଚ୍ଏଫ୍, ଭିଏସ୍ଏଫ୍ ବେସ୍ ସେଟ୍, ଭିଏସ୍ଏଫ୍ ମୋବାଇଲ ସେଟ୍, ଭିସାଟ୍ ସେଟ୍, ସାଟେଲାଇଟ୍ ଫୋନ୍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି ।

ରାଜ୍ୟରେ ବନ୍ୟା-ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ବିପର୍ଯ୍ୟୟ ପରିଚାଳନାକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟର ୩,୦୦୦ ଅଣ-ବାତ୍ୟା ଆଶ୍ରୟସ୍ଥଳୀ ଗ୍ରାମରେ ଗ୍ରାମସ୍ତରୀୟ ଟାସ୍କଫୋର୍ସ ସ୍ୱେଚ୍ଛାସେବୀ ବାହିନୀ ଗଠନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଛି ।

ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ ଅନୁମୋଦିତ ପ୍ରକଳ୍ପଗୁଡ଼ିକର ସମୟୋଚିତ ଓ ଗୁଣାତ୍ମକ କାର୍ଯ୍ୟାନ୍ୱୟନ, ନିୟମିତ ତଦାରଖ ଏବଂ ପାଣ୍ଠିର ସ୍ୱଚ୍ଛ ଓ ଫଳପ୍ରଦ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସୁନାମ ବଜାୟ ରଖୁବା ସହ ଏକ ସୁରକ୍ଷିତ, ସଚେତନ ଓ ବିପର୍ଯ୍ୟୟ ସହନଶୀଳ ଓଡ଼ିଶା ଗଠନ ଦିଗରେ ସମସ୍ତେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande