
ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ପୁରୀ
ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ
ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଫଟୋ
ସେୟାର କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀ
ଗୋବର୍ଦ୍ଧନ ପୀଠ ପରିଦର୍ଶନ କରିବା ସହ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ୱାମୀ ନିଶ୍ଚଳାନନ୍ଦ
ସରସ୍ୱତୀ ମହାରାଜାଙ୍କୁ ଭେଟି ତାଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କଲି । ଜଗନ୍ନାଥ
ସଂସ୍କୃତି ଓ ପରମ୍ପରାରେ ପୁରୀ ଗୋବର୍ଦ୍ଧନ ପୀଠ ହେଉଛି ଆମ ଶ୍ରଦ୍ଧା ଓ ବିଶ୍ୱାସର ଏକ ପ୍ରମୁଖ
କେନ୍ଦ୍ର। ପୂଜ୍ୟ ମହାରାଜାଙ୍କ ଅମୂଲ୍ୟ ଜ୍ଞାନ ଓ ମାର୍ଗଦର୍ଶନ ସଦାସର୍ବଦା ମାନବ ସମାଜକୁ
ପ୍ରେରିତ କରୁଥାଉ, ଏହା
କାମନା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା