ପବିତ୍ର 'ରଥଯାତ୍ରା'ର ଶୁଭକାମନା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ପବିତ୍ର ''ରଥଯାତ୍ରା''ର ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମ
ପବିତ୍ର 'ରଥଯାତ୍ରା'ର     ଶୁଭକାମନା ଜଣାଇଲେ ରାଜ୍ୟପାଳ


ଭୁବନେଶ୍ୱର, 16 ଜୁଲାଇ (ହି.ସ.)- ପବିତ୍ର 'ରଥଯାତ୍ରା'ର

ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଭକ୍ତ ଓ

ଶ୍ରଦ୍ଧାଳୁଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ

ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦିବ୍ୟ ରଥଯାତ୍ରା ଆମ ସମସ୍ତଙ୍କ ମଧ୍ୟରେ ଆସ୍ଥା, ଏକତା, ସମାନତା, ଭାଇଚାରା

ଓ ମାନବତାର ମହାନ ଭାବନାକୁ ଆହୁରି ସୁଦୃଢ଼ କରୁ।

ରାଜ୍ୟପାଳ କହିଛନ୍ତି ଯେ, ମହାପ୍ରଭୁଙ୍କ

ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ। ଏହି ପବିତ୍ର ଅବସରରେ

ସମସ୍ତଙ୍କର ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande